ସମାଜସେବୀଙ୍କ ପରଲୋକ
ବାଲିଅନ୍ତା ବ୍ଲକ ଉମାଦେଈ ବ୍ରହ୍ମପୁର ପଞ୍ଚାୟତ ଅଧୀନ ରାୟଗୁର ବାସୁଦେଈପୁର ଗ୍ରାମର ସମାଜସେବୀ ନିମାଇଁ ଚରଣ ନାୟକଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି । ମୃତୁ୍ୟ ବେଳକୁ ନିମାଇଁଙ୍କୁ ୧୦୧ ବର୍ଷ ବୟସ ହୋଇଥିଲା । ଗତକାଲି ପୂର୍ବାହ୍ନରେ ନିମାଇଁ ହଠାତ ଅସୁସ୍ଥ ହୋଇପଡ଼ିବାରୁ ପରିବାର ଲୋକ ଚିକିସôା ନେଇ ଏକ ଘରୋଇ ହସ୍ପିଟାଲ ନେଇଥିଲେ । ଆଜି ସକାଳ ୮ଟା ସମୟରେ ଚିକସôାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଯାଇଥିଲା । ନିମାଇଁଙ୍କ ମୃତଦେହ ଗ୍ରାମ ବାସ ଭବନରେ ପହଞ୍ଚିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ । ପୁରୀ ସ୍ୱର୍ଗ ଦ୍ୱାର ଠାରେ ନିମାଇଁଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ସାନପୁଅ ଚକ୍ରଧର ନାୟକ ମୁଖାଗ୍ନୀ ଦେଇଥିଲେ । ସୂଚନା ଅନୁସାରେ ପୂର୍ତ୍ତ ବିଭାଗରେ ଜଣେ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ନିମାଇଁ ଚାକିରିରୁ ଅବସର ନେବା ପରେ ଦୀର୍ଘ ୨୭ ବର୍ଷ ଧରି ସମାଜ ସେବାରେ ନିୟୋଜିତ ହୋଇଥିଲେ । ପଞ୍ଚାୟତର ବିଭିନ୍ନ ସାମାଜିକ ଏବଂ ଧର୍ମୀୟ ଅନୁଷ୍ଠାନ ବିକାଶ ସହ ସେ ଜଡିତ ଥିଲେ ।