ଗୋପାଳପୁରରେ ଚାଷୀଙ୍କ ସମସ୍ୟା ଓ ସାର ବଣ୍ଟନ ଉପରେ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
ଭୁବନେଶ୍ୱର : ଗୋଳନ୍ଥରା ସ୍ଥିତ ବନେ୍ଦ ମାତରଂ ଗୃହ ଠାରେ ବାଣିଜ୍ୟ ପରିବହନ ଓ ଖଣି ଇସ୍ପାତ୍ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ଓ କୁକୁଡାଖଣ୍ଡି ବ୍ଲକର ଚାଷୀମାନଙ୍କର ସମସ୍ୟା ଓ ସାର ବିକ୍ରୟର ଉପରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପସ୍ଥିତ ସମବାୟ ସମିତି ସଭାପତି, ସମ୍ପାଦକ ମାନେ ନିଜ ନିଜ ସମବାୟ ସଂସ୍ଥା ର ବିଭିନ୍ନ ସମସ୍ୟା ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ତଥା କେତେକ ପାକ୍ସ ରେ ଜାଗା ନ ଥିବା ଯୋଗୁଁ ସ୍ଥାୟୀ କାର୍ଯ୍ୟାଳୟ ତଥା ଗୋଦାମ ଗୃହ ନିର୍ମାଣ ହୋଇ ପାରୁ ନାହିଁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କେତେକ ସଭାପତି, ସମ୍ପାଦକ । ମନ୍ତ୍ରୀ ଏ ସମ୍ପର୍କରେ ସ୍ଥାନୀୟ ତହସିଲଦାରଙ୍କୁ ତୁରନ୍ତ ଜାଗା ଜମି ଯୋଗାଇ ଦେବା ନିମନ୍ତେ ନିଦେ୍ର୍ଦଶ ଦେଇଥିଲେ ।
ଏହା ବ୍ୟତୀତ ଅଧିକାଂଶ ସମବାୟ ସଂସ୍ଥା ର ଗୃହ ଅତି ପୁରାତନ ଥିବା ଯୋଗୁଁ ଏହାର ପୁନରୁଦ୍ଧାର ନିମନ୍ତେ ଆଲୋଚନା କରାଯାଇଥିଲା ଓ ଖାଲି ପଡ଼ିଥିବା ପାକ୍ସ ସମ୍ପାଦକ ନଥିବା ଯୋଗୁଁ ଅସୁବିଧା ସଂପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ସଂପର୍କରେ ମନ୍ତ୍ରୀ ଉପସ୍ଥିତ ଥିବା ସହକାରୀ ସମବାୟ ଅଧିକାରୀ ଙ୍କୁ ୭ଦିନ ମଧ୍ୟରେ ସମାଧାନ ପାଇଁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ମନ୍ତ୍ରୀ ପାକ୍ସ ୱାରୀ କେତେ ସାର ଆବଶ୍ୟକ ଏକ ତାଲିକା ପ୍ରସ୍ତୁତ କରି ଉପସ୍ଥିତ ଥିବା ଜିଲ୍ଲା କୃଷି ଅଧିକାରୀ ଙ୍କୁ ତୁରନ୍ତ ଯୋଗାଣ ନିମନ୍ତେ ପରାମର୍ଶ ଦେଇଥିଲେ । ୯୯୯ ମେଟ୍ରିକ୍ ଟନ ସାର ୨୯ ଟି ସମବାୟ ସମିତି କାର୍ଯ୍ୟାଳୟ ରେ ପହଞ୍ଚି ସାରିଛି । ଯେଁଉ ବ୍ୟକ୍ତି କିମ୍ବା ଅଧିକାରୀ ସାରରେ ହେରପାର କରନ୍ତି, ତାଙ୍କ ଉପରେ ସରକାର ତରଫରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ ସମସ୍ତ ସଭାପତି, ସମ୍ପାଦକ ସ୍ଥାନୀୟ ଚାଷୀ ସମସ୍ୟା ପ୍ରତି ଦୃଷ୍ଟି ଦେବା ପାଇଁ ପଞ୍ଜୀକୃତ କରନ୍ତୁ ବୋଲି ପରାମର୍ଶ ଦେଇଥିଲେ । ଉକ୍ତ ବୈଠକରେ ଜିଲ୍ଲା କୃଷି ଅଧିକାରୀ ଅଜୟ କୁମାର କର, ସହକାରୀ ସମବାୟ ଅଧିକାରୀ ଦେବାଶିଷ ସ୍ୱାଇଁ, ସହକାରୀ କୃଷି ଅଧିକାରୀ ରଙ୍ଗେଇଲୁଣ୍ଡା ବ୍ଲକ କିଶୋର କୁମାର ସେଠୀ ଓ ସମସ୍ତ ଶକ୍ତି କେନ୍ଦ୍ର ପ୍ରମୁଖ, ସମବାୟ ସମିତି ସଭାପତି, ସମ୍ପାଦକ, ବରିଷ୍ଠ କର୍ମକର୍ତ୍ତା ଓ ଅନ୍ୟ ମାନେ ଯୋଗ ଦେଇଥିଲେ ।