ବସ ଧକ୍କାରେ ଜଣେ ମୃତ 

 ଆସିକା : ଆସିକା ଥାନା ଅଞ୍ଚଳର କାଳଷଣ୍ଢପୁର ଛକରେ ଏକ ଘରୋଇ ବସ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଛି । ବୁଧୁବାର ସକାଳ ସମୟରେ କାଳଷଣ୍ଡପୁର ଗ୍ରାମର ଗୋପୀନାଥ ବେହେରା ପ୍ରତିଦିନ ଭଳି ଆଜି ନିକଟସ୍ଥ ଋଷିକୂଲ୍ୟା ନଦୀକୁ ସ୍ନାନ କରିବାକୁ ଯିବା ସମୟରେ ବ୍ରହ୍ମପୁର ଠାରୁ ଭଞ୍ଜନଗରକୁ ଯାଉଥିବା ଓଡି ୦୭ ଏମ ୨୪୨୪ ନମ୍ବର କାଳେଶ୍ୱେର ବସ ଧକ୍କା ଦେଇଥିଲା । ଗାଡି ଧକ୍କାରେ ଗୋପୀନାଥଙ୍କ ଅବସ୍ଥା ଗୁରୁତର ହେବାରୁ ତାକୁ ପ୍ରଥମେ ଆସିକା ଉପଖଣ୍ଡ ଚିକିସôାଳୟକୁ ଅଣାଯାଇଥିଲା ଡାକ୍ତର ମେଡିକାଲରେ ଗୋପୀନାଥକୁ ମୃତୁ୍ୟ ବୋଲି ଘୋଷଣା କରିଥିଲେ । ଉକ୍ତ ଦୁର୍ଘଟଣା ରେ କିଛି ସମୟ ନିମନ୍ତେ ଗ୍ରାମ ଛକରେ ଉତ୍ତେଜନା ଦେଖାଦେଇଥିଲା । ଆସିକା ଥାନା ଅଧିକାରୀ କୂଳମଣି ସେଠି ଏବଂ ପୁଲିସ ଟିମ ଘଟଣା ସ୍ଥଳରେ ପହଁଞ୍ଚି ଶବ ଜବତ କରି ଗାଡିକୁ ଥାନାକୁ ଆଣିଥିଲା । ଆସିକା ପୋଲିସ ଥାନା କେସ ନମ୍ବର ୨୭୬ /୨୫ରେ ଶବ ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରାଯାଇଛି ।