ଟାଟା ପକ୍ଷରୁ  ଫଟୋଗ୍ରାଫି ପ୍ରତିଯୋଗିତାର ସମୟସୀମା ବୃଦ୍ଧି

ଟାଟା ପକ୍ଷରୁ  ଫଟୋଗ୍ରାଫି ପ୍ରତିଯୋଗିତାର ସମୟସୀମା ବୃଦ୍ଧି

ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଜୈବ ବିବିଧତାକୁ ନେଇ ଫଟୋ ଆମନ୍ତ୍ରଣ

ଭୁବନେଶ୍ୱର : ପୂର୍ବ ସଂସ୍କରଣ ଗୁଡ଼ିକର ଅଭୂତପୂର୍ବ ସଫଳତାରେ ଉତ୍ସାହିତ ହୋଇ, ଟାଟା ପାୱାର ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ କମ୍ପାନୀଗୁଡ଼ିକ (ଟିପିସିଓଡିଏଲ୍‌, ଟିପିଏନ୍‌ଓଡିଏଲ୍‌, ଟିପିଏସ୍‌ଓଡିଏଲ୍‌, ଏବଂ ଟିପିଡବ୍ଲୁଓଡିଏଲ୍‌) ସେମାନଙ୍କର ପ୍ରମୁଖ ଫଟୋଗ୍ରାଫି ପ୍ରତିଯୋଗିତା ‘ଓ ମାଇ ବିୟୁଟିଫୁଲ୍‌ ଓଡ଼ିଶା ୩.୦' ର ତୃତୀୟ ସଂସ୍କରଣ ଆରମ୍ଭ କରିଛନ୍ତି । କମ୍ପାନୀ ଏହି ପ୍ରତିଯୋଗିତା ମାଧ୍ୟମରେ ରାଜ୍ୟର ଉତ୍ସାହୀ ଫଟୋଗ୍ରାଫର୍‌ ମାନଙ୍କୁ ଓଡ଼ିଶାର ଅତୁଳନୀୟ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସମୃଦ୍ଧ ଜୈବ ବିବିଧତା ପ୍ରଦର୍ଶନ କରିବାକୁ ଆମନ୍ତ୍ରଣ କରିଛି । ଚଳିତ ବର୍ଷର ବିଷୟବସ୍ତୁ, "ଓଡ଼ିଶାର ବନ୍ୟପ୍ରାଣୀ ଏବଂ ଜୈବବିବିଧ ଭୂଦୃଶ୍ୟ’ ଉତ୍ସାହୀ ଫଟୋଗ୍ରାଫର ମାନଙ୍କ ମାଧ୍ୟମରେ ରାଜ୍ୟର ପରିବେଶଗତ ସମ୍ପଦକୁ ଜୀବନ୍ତ କରିବା ପାଇଁ ଲକ୍ଷ୍ୟ ରଖିଛି । 

     ଘନ ଜଙ୍ଗଲ ଏବଂ ଆର୍ଦ୍ରଭୂମିରୁ ଆରମ୍ଭ କରି ବିଶାଳ ପକ୍ଷୀ ଏବଂ ପ୍ରାଣୀ ସମ୍ପଦ ପର୍ଯ୍ୟନ୍ତ, ଏହି ପ୍ରତିଯୋଗିତା ଓଡ଼ିଶାର ପ୍ରାକୃତିକ ବିବିଧତା ଓ ପ୍ରକୃତି ସହିତ ଏହାର ଗଭୀର ସମ୍ପର୍କକୁ ପାଳନ କରୁଛି । ଲଗାତାର ତୃତୀୟ ବର୍ଷ ଧରି ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତା, ବର୍ତ୍ତମାନ କମ୍ପାନୀର ଦୀର୍ଘ ସ୍ଥାୟୀତ୍ୱ ଏବଂ ସାଂସ୍କୃତିକ ପରିଚାଳନା ପ୍ରୟାସର ଏକ ଅଂଶ ଭାବରେ ଗୋଷ୍ଠୀ କୈନ୍ଦ୍ରିକ ଆକର୍ଷଣୀୟ କାର୍ଯ୍ୟକ୍ରମରେ ପରିଣତ ହୋଇଛି । ଏହି ଅଭିଯାନ ସୃଜନଶୀଳ ଅଭିବ୍ୟକ୍ତି ମାଧ୍ୟମରେ ପରିବେଶ ସଚେତନତା, ସ୍ଥାନୀୟ ଗୌରବ ଏବଂ ସମ୍ପ୍ରଦାୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ଦର୍ଶାଉଛି । ଯେଭଳି ଅଧିକ ଅଂଶଗ୍ରହଣକାରୀ ଏହି ପ୍ରତିଯୋଗିତାରେ ଯୋଗଦେବେ ଏବଂ ଓଡ଼ିଶାର ଅତୁଳନୀୟ ପ୍ରାକୃତିକ ସୌନ୍ଦର୍ଯ୍ୟକୁ କ୍ୟାମେରାରେ ତୋଳି ଧରିବେ ସେଥିପାଇଁ ଆବେଦନର ଶେଷ ତାରିଖକୁ ୧୨ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବିଜେତା ଫଟୋଗୁଡ଼ିକୁ ଫଟୋଗ୍ରାଫରଙ୍କ ନାମ ସହିତ ଟିପି ଓଡ଼ିଶା ଡିସକମ୍‌ ଗୁଡିକର ୨୦୨୬ କ୍ୟାଲେଣ୍ଡରରେ ସ୍ଥାନ ଦିଆଯିବ ।