ଚିକିତ୍ସାରେ ଅବହେଳା କଲେ ନିଆଯିବ କାର୍ୟ୍ୟାନୁଷ୍ଠାନ

Mohan Charan Majhi

ଚିକିତ୍ସାରେ ଅବହେଳା କଲେ ନିଆଯିବ କାର୍ୟ୍ୟାନୁଷ୍ଠାନ
ରାଜ୍ୟବାସୀଙ୍କୁ ଗୁଣାତ୍ମକ ଚିକିତ୍ସାସେବା ଯୋଗାଇଦେବା ପାଇଁ ସରକାର ସଂକଳ୍ପବଦ୍ଧ
ଭୁବନେଶ୍ୱର :  ରାଜ୍ୟର କୋଣଅନୁକୋଣରୁ ଶତାଧିକ ରୋଗୀ ପ୍ରତିଦିନ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ନ୍ୟୁରୋଲୋଜି ବିଭାଗକୁ ଉତ୍ତମ ଚିକିତ୍ସାସେବା ପାଇବା ପାଇଁ ଆସୁଛନ୍ତି । ନ୍ୟୁରୋଲୋଜି ବିଭାଗ ଆଉଟ୍‌ଡୋରରେ ରୋଗୀମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ନ ଦିଆଯିବା ଖବର ବିଭିନ୍ନ ଖବରକାଗଜରେ ପୃଷ୍ଠାମଣ୍ଡନ କଲାପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସେ ସମ୍ପର୍କରେ ତୁରନ୍ତ ଅନୁସନ୍ଧାନ କରି ପ୍ରାଥମିକ ପର୍ୟ୍ୟାୟରେ ସଂପୃକ୍ତ ବିଭାଗରେ କାର୍ୟ୍ୟରତ ସହକାରୀ ପ୍ରଫେସର ଡ. ପୀତାମ୍ବର ବେହୁରିଆଙ୍କ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଡେପୁଟେସନ୍‌କୁ ରଦ୍ଦ କରିଛି ।  ରାଜ୍ୟବାସୀଙ୍କୁ ଗୁଣାତ୍ମକ ଚିକିତ୍ସାସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ । ରୋଗୀମାନଙ୍କୁ ଯଦି କୌଣସି ଚିକିତ୍ସକ ବା କର୍ମଚାରୀ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଅବହେଳା କରନ୍ତି, ତା’ହେଲେ ସଂପୃକ୍ତ ଚିକିତ୍ସକ ବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।