ସୁଭଦ୍ରା ଶକ୍ତି ମେଳା ମହାଶିବରାତ୍ରୀ ସନ୍ଧ୍ୟାରେ ଭବ୍ୟ ଉସବ

 ଭୁବନେଶ୍ୱର: ଜନତା ମଇଦାନ ଠାରେ ଅନୁଷ୍ଠିତ ସୁଭଦ୍ରା ଶକ୍ତି ମେଳା ୨୦୨୫ ଦର୍ଶକଙ୍କ ପାଇଁ ଏକ ଆକର୍ଷଣର କେନ୍ଦ୍ର ହୋଇଥିବା ବେଳେ ହଜାର ହଜାର ପରିଦର୍ଶକ ବିଭିନ୍ନ ପ୍ରକାରର ସ୍ୱୟଂ ସହାୟକ ଗୋଷ୍ଠୀ ଉତ୍ପାଦ ଏବଂ ହସ୍ତଶିଳ୍ପ ପ୍ରଦର୍ଶନୀକୁ ପରିଦର୍ଶନ କରିଛନ୍ତି । ଫୁଡ୍ କୋର୍ଟ ଏକ ପ୍ରମୁଖ ଜନସମାଗମ କେନ୍ଦ୍ର ହୋଇ ରହିଛି, ଯେଉଁଠାରେ ମିଲେଟ୍ ଆଧାରିତ ବ୍ୟଞ୍ଜନ, ଜୈବିକ ଉତ୍ପାଦ, ଏବଂ ପାରମ୍ପରିକ ଓଡ଼ିଆ ଖାଦ୍ୟର ଚାହିଦା ଅଧିକ ରହିଛି । ମହା ଶିବରାତ୍ରି ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ ସନ୍ଧ୍ୟା ଏକ ନୂତନ ଉଚ୍ଚତାରେ ପହଞ୍ଚିଥିଲା । ଦର୍ଶକମାନେ କଣ୍ଠଶିଳ୍ପୀ ବର୍ଣାଳୀ ହୋତାଙ୍କ ଚମକôାର ପ୍ରଦର୍ଶନରେ ବିମୋହିତ ହୋଇଥିଲେ । ଏହି ଭବ୍ୟତାକୁ ଆହୁରି ବୃଦ୍ଧି କରିଥିଲା ଗୁରୁ ଗଙ୍ଗାଧର ଗୋଟିପୁଅ ଗୁରୁକୁଳ ଦ୍ୱାରା ପରିବେଷିତ ମନମୋହକ ଗୋଟିପୁଅ ନୃତ୍ୟ ଯାହା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ମେଳାର ପଞ୍ଚମ ଦିନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ମେଳା ଭ୍ରମଣ କରିବା ସହ ସେଠାରେ ଏସ୍ଏଚ୍ଜି ସଦସ୍ୟାଙ୍କ ସହ କଥାବାର୍ତ୍ତା କରି ସେମାନଙ୍କ ଉଦ୍ୟମୀ ମନୋଭାବକୁ ପ୍ରଶଂସା କରିଥିଲେ । ମେଳାରେ ଆଜି ପର୍ଯ୍ୟନ୍ତ ସମୁଦାୟ କାରବାର ୧.୬୪ କୋଟିରେ ପହଞ୍ଚିଛି ।