ଦୁଇ ପୃଥକ ଦୁର୍ଘଟଣା: ୧ ମୃତ, ୩ ଆହତ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଠାରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଖାରିଆପଡ଼ା ଗ୍ରାମର ଅନିଲ ପ୍ରଧାନ(୬୧) ନାମାକ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଥିବା ବେଳେ ଲୁଲୁ ପ୍ରଧାନ (ବେଟିକଲା), ରୁଦ୍ର ପାଢ଼ୀ ଓ ଦେବାଶିଷ ପାଣି ଗୁରୁତର ଆହତ ହୋଇ ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିଶ୍ଚିତ ହେଉଥିବା ପୁଲିସ ସୂତ୍ରରୁ ପ୍ରକାଶ । ସୂଚନା ଅନୁସାରେ ବେଟିକଲା ଗ୍ରାମର ଲୁଲୁ ପ୍ରଧାନ ବାଇକ୍ ଯୋଗେ ବେଟିକଲା ଗ୍ରାମକୁ ଯାଉଥିଲେ । ଏହି ସମୟରେ ମୃତ ଅନିଲ ପ୍ରଧାନ ଅନ୍ୟ ଜଣେ ସାଙ୍ଗଙ୍କ ସହ ରାସ୍ତା ପାର୍ଶ୍ୱରେ ଚାଲି ଚାଲି ଯାଉଥିଲେ । ଏତିକି ବେଳେ ବାଇକ୍ ଅନିଲ ପ୍ରଧାନଙ୍କୁ ପଛପଟୁ ଧକ୍କା ଦେଇଥିଲା । ଘଟଣା ସ୍ଥାଳରେ ଅନିଲ ପ୍ରଧାନ ଗୁରୁତର ଆହତ ହୋଇଥିଲେ । ଖବର ପାଇଁ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତ ଅନିଲ ପ୍ରଧାନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିସôା ପାଇଁ ଆଣିଥିଲା । ହେଲେ ଡାକ୍ତର ଅନିଲ ପ୍ରଧାନଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଗଞ୍ଜାମ ଜିଲ୍ଲା କୁଲାଡ଼ ଗ୍ରାମର ୨ ଯୁବକ ରୁଦ୍ର ପାଢ଼ୀ ଓ ଦେବାଶିଷ ପାଣି ଏକ ସ୍କୁଟି ଯୋଗେ ରାଇକିଆରୁ ନିଜ ଗ୍ରାମକୁ ଫେରୁ ଥିବା ସମୟରେ କନବା ଗେରି ସ୍ଥିତ ରାବାନାଜୁ ସ୍କୁଲ ପାଖରେ ଥିବା ହମ୍ପସରେ ସାମନା ପଟୁ ଏକ କାର ଆସିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ହୋଇଥିଲେ । ଖବର ପାଇଁ ଅସମ୍ବୁଲାନ୍ସ ସେଠାରେ ପହଞ୍ଚି ଦୁଇ ଆହତଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲା । ଘଟଣା ସ୍ଥଳରେ ଘୁ.ଉଦୟଗିରି ପୁଲିସ ପହଞ୍ଚି ଦୁର୍ଘଟଣାର ସମ୍ପର୍କରେ ତଦନ୍ତ ଚଲାଇ ଥିବା ସୂଚନା ମିଳିଛି । କନବାଗେରି ହମ୍ପସରେ ବାରମ୍ବାର ଏପରି ଦୁର୍ଘଟଣା ଘଟୁଛି । ବାରମ୍ବାର ଜନସାଧାରଣଙ୍କ ଅଭିଯୋଗ ସତ୍ତ୍ୱେ ମଧ୍ୟ ଏହାର ପ୍ରତିକାର ନିମନ୍ତେ ପ୍ରଶାସନ କୌଣସି ପଦକ୍ଷେପ ନେଉନ ଥିବାରୁ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।