ସାଧନା ଓ ନିଷ୍ଠା ବିନା ସଂଗୀତକୁ ଅକ୍ତିଆର ଅସମ୍ଭବ

 ବଲାଙ୍ଗୀର  : ସଂଗୀତକୁ ଅକ୍ତିୟାର କରିବାକୁ ହେଲେ ସାଧନା ଓ ନିଷ୍ଠାର ନିହାତି ଆବଶ୍ୟକ ଯିଏ ଯେତେ ସାଧନା କରିବ କଳା କ୍ଷେତ୍ରରେ ସେତିକି ନିଷ୍ଠାର ସହ ଆଗକୁ ବଢ଼ି ପାରିବ  । ଆଜି ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ସଂଗୀତ ମହାବିଦ୍ୟାଳୟ ପଞ୍ଚମ ୨୯ ତମ ବାର୍ଷିକୋ ଉତ୍ସବରେ ଅତିଥିମାନେ ମତପ୍ରକାଶ କରିଛନ୍ତି  । ସଭାର ପ୍ରଥମ ପର୍ଯ୍ୟାୟରେ ସ୍ୱର୍ଗତ ବ୍ରଜମୋହନ ମିଶ୍ର ଓ ସୁନୀଲ ମହାରଣାଙ୍କ ଆତ୍ମାର ଶାନ୍ତି ପାଇଁ ନିରବ ପ୍ରାର୍ଥନା କରାଯିବା ପରେ ସମ୍ପାଦକ ଦିବ୍ୟରଞ୍ଜନ ପଟ୍ଟନାୟକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ  । ମୁଖ୍ୟଅତିଥି ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ ଓ ସମ୍ମାନୀତ ଅତିଥି ଡ଼ ଶ୍ରୀକର ମିଶ୍ର, ସଙ୍ଗୀତ ନିଦେ୍ର୍ଦଶକ ଦୀପ୍ତି ପ୍ରକାଶ ଦାସଙ୍କୁ ଗୁରୁଶ୍ରୀ ଚିତ୍ତରଞ୍ଜନ ସାହାଣୀ ସ୍ମୁତି ସମ୍ମାନ, କଣ୍ଠଶିଳ୍ପୀ ତନ୍ମୟ କୁମାର ଓ ବର୍ଷାରାଣୀ ବହିଦାରଙ୍କୁ ପ୍ରଫୁଲ୍ଲ ପ୍ରଧାନ ଓ ମୁରଲୀଧର ବେହେରା ଯୁବପତିଭା ପୁରସ୍କାର, ସମାଜସେବୀ ଅଙ୍କୁଶ ପାଣ୍ଡିଆଙ୍କୁ ଭଗବାନ ପତି ସ୍ମୃତିସମ୍ମାନରେ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା  । ଚଳିତ ବର୍ଷର ଶ୍ରେଷ୍ଠ ଛାତ୍ର ଭାବେ ତବଲା ବିଭାଗର ଛାତ୍ର ବ୍ରଜ ମୋହନଦାସଙ୍କ ସ୍ମୃତିରେ ଅଦ୍ୱୈତ ସାହୁ  ଓ ଶ୍ରେଷ୍ଠ ଛାତ୍ରୀର ପୁରସ୍କାର  ଜ୍ଞାନଦା କର ସ୍ମୃତିରେ ପ୍ରଣତି ମହାରଣାଙ୍କୁ ପ୍ରଦାନ କରାଯାଇଥିଲା  । ଅନୁଷ୍ଠାନର ସଭାପତି ମୁରଲିଧାରୀ ପତିଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ ଗୁରୁଶ୍ରୀ ଗୌରକିଶୋର ମହାପାତ୍ର  । ସଭାକାର୍ଯ୍ୟ ପରେ ବିଦ୍ୟାଳୟ ଗୁରୁ ଗୌରକିଶୋର ମହାପାତ୍ର, ମୁରଲିଧାରୀ ପତି ଓ ସିରିଶା ସୁଭଦର୍ଶିନୀ ପତିଙ୍କ ନିଦେ୍ର୍ଦଶନାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ତବଲା ବାଦନ, ଓଡିଶୀ ନୃତ୍ୟ, ଗୋଷ୍ଠୀ ସଙ୍ଗୀତ, ଲଘୁ ଶାସ୍ତ୍ରୀୟ ନୃତ୍ୟ, ଶିବ ତାଣ୍ଡବ ଓ ଗୀତିନାଟ୍ୟ କାଞ୍ଚô ଅଭିଯାନ ପ୍ରଦର୍ଶନ କରାଯାଇଥିଲା  । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଗୁରୁ ଦୀପକ କୁମାର ବରାଳ, ଗୁରୁ ଡି. ଶଙ୍କର ନାରଣ ମୂର୍ତ୍ତି, ପ୍ରଭାଞ୍ଜନ ରାୟ, ଗୁରୁ ରମଣୀ ରଞ୍ଜନ ପଟ୍ଟନାୟକ, ଜିକୁ, ରାଜ, ସୋନୁ, ଡାକ୍ତର, ଆଶୁ, ସୁଦାମ, ସଂଜୀବ, ସରୋଜ, ନୀଲୀପ, ଶିବା ଏବଂ ଅନୁଷ୍ଠାନର ଅନ୍ୟାନ୍ୟ ସଭ୍ୟ ବୃନ୍ଦ  ।