ରଥ ଯାତ୍ରା ଦେଖି ଫେରୁଥିଲେ ପରିବାର; ଘଟିଲା ଦୁର୍ଘଟଣା
ରଥ ଯାତ୍ରା ଦେଖି ଅଟୋ ଯୋଗେ ଘରକୁ ଫେରୁଥିଲେ। ବାଟରେ କାର୍ ସହ ଅଟୋର ମୁହାଁମୁହିଁ ଧକ୍କା ହେବାରୁ ୮ ଜଣ ଆହତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ- ବଉଦ ରାସ୍ତାର ସୁଣ୍ଡିମୁଣ୍ଡା ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତକାଲି ରଥଯାତ୍ରା ଦେଖିବା ପାଇଁ କଦଳୀଗଡ ପଞ୍ଚାୟତ ତନ୍ତଗାଡ ଗାଁର ଗୋଟିଏ ପରିବାରରେ ୧୦ ଜଣ ଅଟୋ ଯୋଗେ ରେଢ଼ାଖୋଲ ଆସିଥିଲେ। ରାତିରେ ରଥଯାତ୍ରା ଦେଖି ଘରକୁ ଫେରିଲା ବେଳେ ରେଢ଼ାଖୋଲ - ବଉଦ ରାସ୍ତା ନିକଟରେ ଅଟୋ ସହ କାର୍ର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୮ ଜଣ ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରେ ୪ ଜଣ ଶିଶୁ , ଦୁଇ ଜଣ ମହିଳା , ଓଟୋ ଓ କାର ଡ୍ରାଇଭର ଥିବା ଜଣାଯାଇଛି।