ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ମୃତ , ୧୧ଗୁରୁତର

ମର୍ମନ୍ତୁଦ ସଡକ  ଦୁର୍ଘଟଣାରେ ୪ମୃତ , ୧୧ଗୁରୁତର

ପ୍ରୟାଗରାଜ କର : ବାରିପଦା ନିକଟରେ ପୃଥକ ପୃଥକ ସ୍ଥ।ନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୪ମୃତ , ୧୧ଗୁରୁତର । ବାରିପଦା ସଦରଥାନ ଅନ୍ତର୍ଗତ ରଙ୍ଗାମାଟିଆ ଛକ ନିକଟ ଖସାଡିହା ଠାରେ ବିଳମ୍ବିତ ରାତିରେ ଏକ ଗଛକୁ ଶକ୍ତ ଧକ୍କା ଦେଲା ବଲେରୋ । ଦୁର୍ଘଟଣାରେ ଡ୍ରାଇଭର ଭୁବନ ସିଂ ଙ୍କ ସମେତ ଆଗ ସିଟ୍ ରେ ବସିଥିବା ଜୟନ୍ତ କୁମାର ସିଂ(୩୫)  ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଦୁଇ ଜଣ ମୃତ୍ୟୁବରଣ କରିଥିବା ବେଳେ ବାରିପଦା ପିଆରଏମ୍ ହସପିଟାଲରେ ୧୧ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ମୃତକ ଜୟନ୍ତ ସିଂ ଙ୍କ ଘର ବେତନଟୀ ଥାନା ଅନ୍ତର୍ଗତ କାଞ୍ଚନପାଳ ଠାରେ ଏବଂ ଭୂବନ ସିଂ  ଙ୍କ ଘର କୁଳିଅଣା ଥାନା ଅନ୍ତର୍ଗତ ବଡକୁଳଡିହା ଗ୍ରାମରେ ।  ଏମାନେ ସମସ୍ତେ ବଡକୁଳଡିହା ଓ ବଡକୁଚିଆମରା ଗ୍ରାମର । ଗତକାଲି ବର୍ଷା ହେଉଥିବା କାରଣରୁ ଦେଶକରମ ନାଟରେ ଯୋଗଦେବା ପ୍ରଥମେ ରଙ୍ଗାମାଟିଆ ଯାଇଥିଲେ ଏବଂ ସେଠାରୁ ପୁଣି ଥରେ ତାରାଯୋଡି କୁ ଯାଉଥିବା ସମୟରେ ଖସାଡିହା ଛକ ନିକଟରେ ଏହି ଦୁର୍ଘଟଣା ହୋଇଥିଲା । 

ସେହିପରି ଗତକାଲି ବିଳମ୍ବିତ ରାତିରେ ବାରିପଦା ସହର ନିକଟ ଜାତୀୟ ରାଜପଥ ୧୮ ,ପାଲବଣୀ ଛକ ନିକଟରେ ଛିଡା ହୋଇଥିବା ଟ୍ରକ ପଛପଟେ ଧକ୍କା ଦେଲା ବାଇକ । ବାଇକରେ ଥିବା ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏମାନେ ମଧ୍ୟ ସମସ୍ତେ କରମ ନାଟ ପାଇଁ କୌଣସି ଅଞ୍ଚଳକୁ  ଯାଉଥିବା ସମୟରେ ଏହି ଦୁର୍ଘଟଣା ହୋଇଛି । ମୃତକମାନେ ହେଲେ ବାରିପଦା ସଦରଥାନା ଅନ୍ତର୍ଗତ ସିନ୍ଦୁରଗୌରା ଗାଁର ବିକାଶ ମହାନ୍ତ (୨୦) ଓ ହରିଶ୍ଚନ୍ଦ୍ରପୁର ଗାଁ ର ମିଟୁ ମହାନ୍ତ(୨୪) ।