ବଦନାମ କରିଲ ଏବେ ତାଣ୍ଡବ ଦେଖିବ : ରାଣୀ ପ୍ରିୟଦର୍ଶିନୀ

ଭୁବନେଶ୍ୱର: ପ୍ରୟାଗରାଜର ସଂଗମ, ଅଯୋଧ୍ୟା, କାଶୀ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଲେ ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ। ହରହର ମହାଦେବ କହି ବିନ୍ଦୁସାଗରରେ ବୁଡ଼ ପକାଇବା ପରେ ଏବେ ବାବା ଲିଙ୍ଗରାଜଙ୍କ ଦର୍ଶନ କରିବେ ବୋଲି କହିଛନ୍ତି ରାଣୀ। ମୋ ରୁଦ୍ରାକ୍ଷ ଓ ଡମ୍ବରୁର ଶକ୍ତି ଅଧିକ ବୋଲି ସେ ଦାବି କହିଛନ୍ତି।ସେ କାନ୍ଦିକାନ୍ଦି କହିଛନ୍ତି ମୋ ଦର୍ଶକ , ଓଡ଼ିଶା ବାସୀଙ୍କ ପାଇଁ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇପାରିଲି। ଖରପ ନୃତ୍ୟୁ ପାଇଁ ମତେ ବଦନାମ କରାଗଲା ବର୍ତ୍ତମାନ ମୋ ଶିବ ତାଣ୍ଡବ ଦେଖିବେ।