ରାଷ୍ଟ୍ରପତିଙ୍କଠାରୁ ସ୍ୱର୍ଣ୍ଣ ପଦକ ପାଇଲେ ଆଲେଷ୍କା

ପାରାଦୀପ : ରେଭେନ୍ସା ବିଶ୍ୱବିଦ୍ୟାଳୟର ୧୩ ତମ ସମାବର୍ତ୍ତନ ଉସôବରେ ପାରାଦ୍ୱୀପର ଝିଅ କୁମାରି ଆଲେଷ୍କା ଆଞ୍ଜଲିନା ପ୍ରାଣୀ ବିଜ୍ଞାନ ବିଭାଗରେ ସାରା ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ  ସ୍ୱର୍ଣ୍ଣ ପଦକ ଗ୍ରହଣ କରିଛନ୍ତି । ଆଲେଷ୍କକ୍ଷ ଜଣେ ମେଧାବୀ ଛାତ୍ରୀ ସେ ତାଙ୍କର ଛାତ୍ରୀ ଜୀବନ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବେଥାନି କନଭେଣ୍ଟ ସ୍କୁଲ ଓ ଦ୍ୱାଦଶ ଶ୍ରେଣୀ ପିପିଏଲ୍ ଡିଏଭି ସ୍କୁଲରୁ ଶେଷ କରି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବର୍ଷ ୨୦୨୩  ପାଇଁ ଜୀବ ବିଜ୍ଞାନ ସ୍ନାତକ ସମ୍ମାନରେ ପ୍ରଥମ ସ୍ଥାନ ହାସଲ କରି ଏହିସ୍ୱର୍ଣ୍ଣ ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ  । ତାଙ୍କର ପିତା ବିନୋଦ ବିହାରୀ ମହାନ୍ତି ଜୀବନ ବିମା ନିଗମରେ କାର୍ଯ୍ୟ କରନ୍ତି ଓ ମାତା ସ୍ୱାତୀ ସୁଚରିତା ମହାନ୍ତି ଜଣେ ଗୃହିଣୀ । ପାରାଦ୍ୱୀପ ବନ୍ଦର ଦ୍ୱାରା ପରିଚାଳିତ ପୋର୍ଟ ଟ୍ରଷ୍ଟ ହାଇସ୍କୁଲର ପୂର୍ବତନ ବିଜ୍ଞାନ ଓ ଗଣିତ ଶିକ୍ଷକ ବିଭୂତି ଭୂଷଣ ମହାନ୍ତିଙ୍କର ନାତୁଣୀ  । ତାଙ୍କର ଏହି କୃତିତ୍ୱ ପାଇଁ ପରିବାର ବର୍ଗ ତଥା ଉଭୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ପାରାଦୀପ ର ଅନେକ ସଂଗଠନ ତାଙ୍କୁ ଶୁଭେଛା ଜଣାଇଛନ୍ତି  । ରେଭେନ୍ସା ବିଶ୍ୱବିଦ୍ୟାଳୟର ଏହି ୧୩ ତମ   ସମାବର୍ତ୍ତନ ଉସôବରେ ଓଡ଼ିଶାର ରାଜ୍ୟପାଳ ଡ ହରିବାବୁ କମ୍ଭମ୍ ପଟି, କେନ୍ଦ୍ର ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଓଡ଼ିଶାର ଉଚ୍ଚଶିକ୍ଷା ମନ୍ତ୍ରୀ  ସୂର୍ଯ୍ୟବଂଶୀ ସୁରଜଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।