ନିମ୍ୱପତ୍ର ଦୂର କରେ ଏସିଡିଟି

ନିମ୍ୱପତ୍ର ଦୂର କରେ ଏସିଡିଟି

ନିମ୍ୱପତ୍ର ସ୍ୱାଦରେ ପିତା ଲାଗୁଥିଲେ ମଧ୍ୟ ଏଥିରେ ଭରପୂର ଔଷଧିୟ ରୁଣ ରହିଛି । ଯାହା ଶରୀର ପାଇଁ ଖୁବ୍ ଲାଭଦାୟକ । ସକାଳେ ଖାଲି ପେଟରେ ଏହାକୁ ଖାଇବା ଫଳରେ ଅନେକ ରୋଗରୁ ଆଶ୍ୱସ୍ଥି ମିଳିଥାଏ । ଥରକରେ ଅଧିକ ନିମ୍ୱପତ୍ର ଖାଇବା ଅନୁଚିତ୍ । ଅଧିକ ପତ୍ର ଖାଇଲେ ଅଧିକ ପୋଷଣ ମିଳିବା ଭାବିବା ସମ୍ପୂର୍ଣ୍ଣ ଭୁଲ୍ । ଏହା ଅନେକ ଲୋକଙ୍କ ଧାରଣା ଥାଏ । ସବୁବେଳେ କମ୍ ମାତ୍ରାରେ ନିମ୍ୱପତ୍ର ଖାଇବା ଭଲ । 

ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଯୋଗୁଁ ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗୁଛି । ଅନେକ ଲୋକ ଏଥିପାଇଁ ଘରୋଇ ଉପଚାର ମଧ୍ୟ କରିଥିବା ଦେଖାଯାଉଛି  ସକାଳୁ ଖାଲିପେଟରେ ନିମ୍ୱପତ୍ର ଖାଇବା ଫଳରେ ଏହା ବ୍ଲଡ୍ ସୁଗାର ନିୟନ୍ତ୍ରଣ କରିବାରେ ସହାୟକ ହୁଏ । 

ରକ୍ତ ସଫା ରଖେ- ନିମ୍ୱପତ୍ରରେ ଅନେକ ଔଷଧିୟ ଗୁଣ ଥିବାରୁ ଏହା ରକ୍ତ ସଫା ରଖିବାରେ ସାହାଯ୍ୟ କରେ । ଏହା ରକ୍ତରୁ ଟକ୍ସିନ୍‌କୁ ବାହାର କରି ଡିଟକ୍ସ କରିଥାଏ । ରକ୍ତ ସଫା ରହିଲେ କୌଣସି ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା କମିଯାଏ ।

ନିମ୍ୱପତ୍ର କେବଳ ତ୍ୱଚା ପାଇଁ ନୁହେଁ, ପେଟ ପାଇଁ ମଧ୍ୟ ଲାଭଦାୟକ । ଏଥିରେ ଥିବା ଔଷଧିୟ ଗୁଣ ଏସିଡିଟି ପାଇଁ ଖୁବ୍ ଉପଯୋଗୀ । ସକାଳେ ଖାଲିପେଟରେ ପାଣିରେ ନିମ୍ୱପତ୍ର ଫୁଟାଇ ପିଇବା ଫଳରେ ଏସିଡିଟି ଓ ପେଟ ଯନ୍ତ୍ରଣା ଭଳି ସମସ୍ୟା ଦୂର ହୁଏ । 

ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ- ନିମ୍ୱପତ୍ରର ପେଷ୍ଟ ବନାଇ ଏହାର ରସକୁ ପିଇବା ଖୁବ୍ ଲାଭଦାୟକ । ସବୁବେଳେ ତାଜା ନିମ୍ୱପତ୍ରର ରସ ସେବନ କରିବା ଭଲ । ନିମ୍ୱପତ୍ରକୁ ତାୱାରେ ଭାଜିବା ପରେ ଏଥିରେ ରସୁଣ ଓ ସୋରିଷ ତେଲ ମିଶାଇ ଭାତ ସହ ଏହାକୁ ଖାଇପାରିବେ ।