ଓଡ଼ିଆ ଭାଷାରେ ବୈଷୟିକ ପାଠ୍ୟକ୍ରମ ଶିକ୍ଷାଦାନ ସଚେତନତା କାର୍ଯ୍ୟକ୍ରମ 


ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର: ଓଡ଼ିଆ ଭାଷାରେ ବୈଷୟିକ ପାଠ୍ୟକ୍ରମ ଶିକ୍ଷାଦାନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ କଲେଜ ଅଫ ଆଇଟି ଓ ମ୍ୟାନେଜମେଣ୍ଟ ଏଜୁକେଶନ ଠାରେ ଅନୁଷ୍ଠିତ ହୋଇଛି । ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷାର ଗାରିମା ଓ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ  । ଜ୍ଞାନ ଆହୋରଣ ନିମନ୍ତେ ଓଡ଼ିଆ ଭାଷାରେ ଲିଖିତ ପାଠ୍ୟକ୍ରମ କିଭଳି ସରଳ ଓ ବୋଧଗମ୍ୟ  ଉପରେ ସେ ଉଲ୍ଲେଖ କରିଥିଲେ  । 
 ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅମୀୟ କୁମାର ରଥ ଯୋଗଦେଇ କହିଲେ ଯେ ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକ ବିଭିନ୍ନ ବୈଷୟିକ ମହାବିଦ୍ୟାଳୟକୁ ଯୋଗାଇ ଦେବା ନିମନ୍ତେ ବିପିୟୁଟି ସମସ୍ତ ସହଯୋଗ ଯାରି ରଖିବା ସହ ଆଲୋଚକ ଓ ଅନୁବାଦକମାନଙ୍କ ସହ ନିରନ୍ତର ଯୋଗାଯୋଗ ସ୍ଥାପନ କରିବାରେ ସଫଳ ହୋଇଛି ।
ସେହିଭଳି ବିପିୟୁଟି ପୂର୍ବତନ କୁଳପତି ପ୍ରଫେସର ଓମକାର ନାଥ ମହାନ୍ତି, ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ (ଓୟୁଟିଆର)କୁଳପତି  ବିଭୁତି ଭୂଷଣ ବିଶ୍ୱାଳ ଓଡ଼ିଆ ଭାଷାର ସର୍ବ ପ୍ରାଚୀନତା ଦୃଷ୍ଟିରୁ ଏହା ସର୍ବଜନବିଦିତ ହୋଇପାରିବ ଓ ଓଡ଼ିଆରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରସ୍ତୁତି ଅତ୍ୟନ୍ତ ଉପାଦେୟ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ  । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିପିୟୁଟିର ଏକ ପୁସ୍ତିକା ଓ ଜାତୀୟ ଶିକ୍ଷା ନୀତି - ୨୦୨୦ ସଂକ୍ରାନ୍ତୀୟ  ପାଠ୍ୟକ୍ରମ ରୂପରେଖ ଉନ୍ମୋଚନ କରିଥିଲେ  । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଅତିରିକ୍ତ ଶାସନ ସଚିବ ତପନ କୁମାର ଶତପଥୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିବା ବେଳେ  ବିପିୟୁଟି କୁଳସଚିବ ନିଶି ପୁନମ ମିଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ  ।