ଏୟାର ଇଣ୍ଡିଆ ବିମାନରେ ପୁଣି ଆତଙ୍କ
ଏୟାର ଇଣ୍ଡିଆର ବିମାନ ଥାଇଲାଣ୍ଡର ଫୁକେଟ୍ରେ ଜରୁରୀ ଅବତରଣ କରିଛି । ଜଣେ ଯାତ୍ରୀ ବିମାନ ଭିତରେ ଏକ ବୋମା ଧମକର ନୋଟ୍ ଦେଖିଥିଲେ । ଏହି ଘଟଣା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା ଏବଂ ବିମାନ ଅଧିକାରୀମାନେ ତୁରନ୍ତ ନିକଟସ୍ଥ ଫୁକେଟ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ନିଷ୍ପତ୍ତି ନେଇଥିଲେ । ଅବତରଣ ପରେ ସମସ୍ତ ଯାତ୍ରୀ ଏବଂ କର୍ମଚାରୀଙ୍କୁ ନିରାପଦରେ ବାହାର କରାଯାଇଥିଲା ଏବଂ ବିମାନକୁ ସମ୍ପୂର୍ଣ୍ଣ ତନ୍ନତନ୍ନ କରି ଯାଂଚ କରାଯାଇଥିଲା । ଥାଇଲାଣ୍ଡ ପୁଲିସ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏପର୍ଯ୍ୟନ୍ତ କୌଣସି ବିସ୍ଫୋରକ ପଦାର୍ଥ ମିଳିନାହିଁ, କିନ୍ତୁ ଧମକ ଚିଠିର ସତ୍ୟତା ଯାଞ୍ଚ କରାଯାଉଛି । ଏୟାର ଇଣ୍ଡିଆ କହିଛି, ଯାତ୍ରୀଙ୍କ ସୁରକ୍ଷା ପ୍ରାଥମିକତା ଏବଂ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି । ଏହି ଘଟଣା ଯୋଗୁଁ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଯାତ୍ରୀମାନଙ୍କୁ ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଇବା ପାଇଁ ଚେଷ୍ଟା ଜାରି ରହିଛି ।