ଦେଶରେ ଗ୍ରାଉଣ୍ଡ ବ୍ରେକିଂ ସର୍ଭେ କରିବ ୱାନଇଣ୍ଡିଆ
୨୦୨୪ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଦେଶରେ ଏବେ ବିଭିନ୍ନ ରାଜ୍ୟ ନିଜ ଶାସନ କାଳକୁ ବର୍ଷେ ପୂରଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଦେଶ ତଥା ଜନତାଙ୍କ ମନୋଭାବ ମାପିବା ପାଇଁ ୱାନ୍ ଇଣ୍ଡିଆ ପକ୍ଷରୁ ବହୁଭାଷୀ ସର୍ଭେ ଆରମ୍ଭ କରାଯିବାକୁ ଯୋଜନା କରାଯାଇଛି । ଏହାଏକ ନିୟମିତ ଯାଞ୍ଚ ନୁହେଁ, ଏହା ହେଉଛି ନିଜ ରାଜ୍ୟରେ ତଥା ଦେଶରେ ନୂଆ ସରକାରକୁ ବର୍ଷେ ପୂରିଥିବା ବେଳେ କ୍ଷମତାକୁ ଆସିଥିବା ସରକାର ତଥା ରାଜନେତାଙ୍କ ପ୍ରତି ଭୋଟର୍ଙ୍କ ମନୋଭାବ କ’ଣ ରହିଛି ତାହାକୁ ପରଖିବା । ଯେକୌଣସି ନୂତନ ସରକାର ତା’ର ବାର୍ଷିକୀ ପୂରଣ କରିବା ପରେ ଲୋକଙ୍କ ମନଭାବ ମାପିବା ତଥା ଯାଞ୍ଚ କରାଇବା ସ୍ୱାଭାବିକ କଥା । ଏହିପରି ଭାବେ ୱାନ୍ ଇଣ୍ଡିଆ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରିବାକୁ ଆଗେଇ ଆସିଛି ।
ତେବେ ୱାନ୍ଇଣ୍ଡିଆର ଏହି ପଦକ୍ଷେପକୁ ସ୍ୱତନ୍ତ୍ର କରିଛି ଏହାର ଡିଜାଇନ୍ । ବିଶେଷ କରି ଲିଙ୍ଗ, ଜାତି, ଶ୍ରେଣୀ ଓ ପିଢ଼ିଗତ ବିଭାଜନକୁ ବିଚାରକୁ ୱାନଇଣ୍ଡିଆ ସମ୍ପାଦକୀୟ ନେତୃତ୍ୱ ପକ୍ଷରୁ ଏହି ଡିଜାଇନ୍ ପ୍ରସ୍ତୁତ କରାଯାଇଛି । ଆଜି ବଢ଼ୁଥିବା ଜନସଂଖ୍ୟାରେ ଶାସନ କେବଳ ଏକ ପୃଷ୍ଠଭୂମି ନୁହେଁ, ଏହା ହେଉଛି ନିର୍ଣ୍ଣାୟକ କାରଣ । ପ୍ରକୃତରେ ନିର୍ବାଚନ ପ୍ରତିଶ୍ରୁତି ପୂରଣର ସଫଳତା, ପ୍ରଶାସନର ପ୍ରତିକ୍ରିୟା, ଭିତ୍ତିଭୂମି ପ୍ରଗତି ଏବଂ ନେତୃତ୍ୱ ବିଶ୍ୱସନୀୟତା ଭଳି ପ୍ରମୁଖ ସୂଚକକୁ ନେଇ ଏହି ସର୍ଭେ ଆରମ୍ଭ କରାଯିବ । କାରଣ ଯଦି ଶାସନର ମାନଦଣ୍ଡ ପୂରଣ ହେଉନାହିଁ, ଅଥବା ଲୋକେ ପରିବର୍ତ୍ତନ ଚାହୁଁଛନ୍ତି ତାହା କେବଳ ଉପରୋକ୍ତ ସୂଚକରୁ ଜଣାପଡ଼ିବ । ବିଭିନ୍ନ ଜୋନ୍କୁ ନେଇ ବହୁଭାଷୀ ଗ୍ରାଉଣ୍ଡ ବ୍ରେକିଂ ସର୍ଭେ ଆରମ୍ଭ କରିବାକୁ ଯାଉଥିବା ୱାନ୍ଇଣ୍ଡିଆ କେବଳ ଭୋଟର୍ଙ୍କ ମନଭାବ ତଥା ୧ବର୍ଷର ଶାସନ କେତେ ସୁଦୃଢ଼ ହୋଇଛି ତାହାକୁ ପରଖିବା ହେଉଛି ଏହି ସର୍ଭେର ମୁଖ୍ୟ ଉଦ୍ଦେଶ୍ୟ ।