ଭୁବନେଶ୍ୱରରେ ବିମାନ ଚଳାଚଳ ସ୍ୱାଭାବିକ

ଭୁବନେଶ୍ବର : ଭୁବନେଶ୍ବରରେ ବିମାନସେବା ସ୍ବାଭାବିକ ହୋଇଛି । ବାତ୍ୟା ପାଇଁ ଗତକାଲି ସନ୍ଧ୍ୟାରୁ ବିମାନ ସେବା ବାତିଲ କରାଯାଇଥିବାବେଳେ ପରିସ୍ଥିତି ସ୍ବାଭାବିକ ହେବାରୁ ଶୁକ୍ରବାର ସକାଳ ୮ଟାରୁ ବିମାନ ସେବା ପୁଣି ଆରମ୍ଭ ହୋଇଛି । ଗତକାଲି ମଧ୍ୟ ରାତ୍ରିରେ ବାତ୍ୟା ଦାନା ଭିତରକନିଆ ହବାଳିଖଟି ନିକଟରେ ଅତିକ୍ରମ କରିଥିଲା। ଏହା ପ୍ରଭାବରେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବା ସହ କିଛି ଚାଳ ଛପର ଘର ଓ ଗଛ ଭାଙ୍ଗିପଡିଛି ।ବାତ୍ୟା ପାଇଁ କାଲି ସନ୍ଧ୍ୟା ୫ଟାରୁ ଉଡ଼ାଣ ବାତିଲ ହୋଇଥିଲା। ଗତକାଲି ମଧ୍ୟ ରାତ୍ରରେ ଭିତରକନିକା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ‘ଦାନା’। ରାତି ପ୍ରାୟ ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ବାତ୍ୟା ‘ଦାନା’ ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଅତିକ୍ରମ କରିଥିଲା ସ୍ଥଳଭାଗ। ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ବେଗରେ ବହିଥିଲା ପବନ।