ଗୋପାଳପୁରରେ କ୍ଷେପଣାସ୍ତ୍ର ‘ଆକାଶ’ ର ପରୀକ୍ଷଣ ସଫଳ
ନୂଆ ପୀଢ଼ିର ଆକାଶ କ୍ଷେପଣାସ୍ତ୍ର ‘ଆକାଶ’ ର ପରୀକ୍ଷଣ ସୋମବାର ସଫଳ ହୋଇଛି। ଓଡ଼ିଶା ଉପକୂଳରେ ଗୋପାଳପୁର ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରୁ ଏହାର ପରୀକ୍ଷଣ କରାଯାଇଛି। ଯାହା ନିର୍ଦ୍ଧାରିତ ଲକ୍ଷ୍ୟକୁ ଖୋଜି ଟାର୍ଗେଟ୍ କରିପାରୁଛି । ଏହି ପରୀକ୍ଷଣର ଏକ ଭିଡିଓ ଜାରି କରିଛି ଭାରତୀୟ ସେନାର ଚେତକ କର୍ପସ୍ । ଦିନ ହେଉ ବା ରାତି । ଶତ୍ରୁପକ୍ଷର ନିଦ ହଜାଇ ଦେବ ଆକାଶ ମିସାଇଲ୍। ଗୋପାଳପୁର ସମୁଦ୍ରକୁଳରୁ ନିଜର ଶକ୍ତି ପ୍ରଦର୍ଶନ କରିଛି ଭାରତୀୟ ସେନା। ଦିନ ଓ ରାତି ଯେକୌଣସି ସମୟରେ ଟାର୍ଗେଟକୁ ଭେଦ କରିବାରେ କ୍ଷମତା ରଖିଛି ଆକାଶ ମିସାଇଲ। ସ୍ଥଳଭାଗରୁ ଆକାଶ ମାର୍ଗକୁ ଆକ୍ରମଣ କରିପାରେ ଆକାଶ ମିସାଇଲ୍ ।
ଓଡ଼ିଶାରୁ ଘାତକ ଆକାଶ ମିଜାଇଲ ସଫଳ ପରୀକ୍ଷଣ
ଭାରତୀୟ ସେନା ପକ୍ଷରୁ ଗୋପାଳପୁର ସମୂଦ୍ରକୂଳରେ ପରୀକ୍ଷା
ସେନାର ଚେତକ କର୍ପସ୍ ଦ୍ବାରା କରାଯାଇଛି ପରୀକ୍ଷା
ଯେକୌଣସି ଟାର୍ଗେଟକୁ ଧ୍ବଂସ କରିବାରେ କ୍ଷମତା ରଖିଛି ଆକାଶ
ଉଭୟ ଦିନ ଓ ରାତି ସମୟରେ କରିପାରିବ ଲକ୍ଷ୍ୟ ଭେଦ
ସ୍ଥଳ ଭାଗରୁ ଆକାଶ ମାର୍ଗକୁ କ୍ଷିପ୍ର ବେଗରେ କରିପାରେ ଗତି