ଘୋଷଣା ହେଲା ବିଜେପି ଜିଲ୍ଲା ସଭାପତିଙ୍କ ନାମ

ଘୋଷଣା ହେଲା ବିଜେପି ଜିଲ୍ଲା ସଭାପତିଙ୍କ ନାମ

ବିଭିନ୍ନ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଛି ବିଜେପି । ପାଖାପାଖି ୮ଟି ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରାଯାଇଥିବା ବେଳେ ୨୩ଟି ଜିଲ୍ଲାର ସଭାପତିଙ୍କ ନାମ ସ୍ଥିର ହୋଇଯାଇଥିବା ସୂଚନା ରହିଛି । ଏହି ଚୟନ ପ୍ରକ୍ରିୟା ମୁଖ୍ୟତଃ କିଛି ବିଶେଷ ଆଧାରରେ କରାଯାଇଛି । ଏମାନେ ପୂର୍ବରୁ ସାଂଗଠନିକ ଦାୟିତ୍ୱ ବା ପଦବୀରେ ରହିବା ସହିତ ମଣ୍ଡଳରୁ ସଭାପତି ରହିବା ସହ ୧୦ରୁ ୧୫ ବର୍ଷ ଦଳ ପାଇଁ କାର୍ଯ୍ୟ କରିଥିବା ଆବଶ୍ୟକ । ଏଥିସହ ନୋମିନେସନ କରିଥିବା ପ୍ରାର୍ଥୀ ଗୋଟିଏ ନୋମିନେସନରେ ୫ରୁ ଅଧିକ ମଣ୍ଡଳ ସଭାପତିଙ୍କର ସମର୍ଥନ ରହିଥିବା ଆବଶ୍ୟକ ।  ବୟସସୀମାକୁ ବି ଗୁରୁତ୍ୱ ଦିଆଯାଇଛି ।  
କଟକରେ ସୁକାନ୍ତ ବିଶ୍ୱାଳଙ୍କ ନାମ ଘୋଷଣା ହୋଇଥିବାବେଳେ ,ଗଂଜାମରେ ସରୋଜ ସାବତ, ବଲାଙ୍ଗୀରରେ ଶ୍ରୀବତ୍ସ ବେହେରା  ଓ ଢେଙ୍କାନାଳରେ ରାସବିହାରୀ ବେହେରାଙ୍କ ନାମ ଜିଲ୍ଲା ସଭାପତି ପାଇଁ ଘୋଷିତ ହୋଇଛି । ସେହିପରି କେନ୍ଦ୍ରାପଡାରେ ଶଶାଙ୍କ ଶେଖର ଓ ପୁରୀରେ ଡା. ଦେବେନ୍ଦ୍ର ତରାଇଙ୍କ ଦାୟିତ୍ୱ ଦିଆଯାଇଛି ।