ମହିଳାଙ୍କ ଗାଡି ପୋଡିବା ଘଟଣା: ଏସ୍ପିଙ୍କୁ ଭେଟିଲେ କଂଗ୍ରେସର ରାଜ୍ୟ ଉପସଭାପତି

 କଣିହାଁ :  ଅନୁଗୋଳ ଜିଲ୍ଲା କଣିହାଁ ଥାନା ଅଞ୍ଚଳରେ କୁଆଡ଼େ ପୁଲିସ ଗାଡ଼ି ଥିବା ସମୟରେ ଦୁର୍ବୃତ୍ତମାନେ ମହିଳାଙ୍କ ବୁଲେଟ ଓ ସ୍କୁଟି ପୋଡ଼ି ଦେଇଥିବା ଅଭିଯୋଗ ହେଉଥିବାବେଳେ ପୁଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ବିଫଳ ଥିବାରୁ ଏହାକୁ ଗୁରୁତର ସହିତ ନେଇଛନ୍ତି ରାଜ୍ୟ କଂଗ୍ରେସ । ଏ ଉପରେ ପିସିସିର ରାଜ୍ୟ ଉପସଭାପତି ଇଂ ସସ୍ମିତା ବେହେରା ପୀଡ଼ିତା ପାଞ୍ଚାଳୀ ସାହୁଙ୍କୁ ସାଥିରେ ନେଇ ଅନୁଗୋଳ ଏସପିଙ୍କୁ ଗାଡି ପୋଡି ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି । ଅଭିଯୋଗ ଅନୁଯାୟୀ, ଗତ ୨୩ ତାରିଖ ଶନିବାର ଦିନ ଅଭିଯୋଗକାରିିଣୀ  ପାଞ୍ଚାଳୀ ସାହୁ କଣିହାଁ ଥାନାରେ ରାତି ପ୍ରାୟ ୯.୧୫ ମିନିଟ ସମୟ ପର୍ଯ୍ୟନ୍ତ ଥିବା ବେଳେ ତାଙ୍କ ବୁଲେଟ ଓ ସ୍କୁଟିକୁ ଦୃର୍ବୁତ୍ତମାନେ ପାଖାପାଖି ସେହି ସମୟରେ ପୋଡି ଦେଇଥିବା ଅଭିଯୋଗ କରିଛନ୍ତି । ଏଥିସହିତ ସେ କହିଛନ୍ତି, ସେହି ସମୟରେ ପୁଲିସ ଗାଡି ମୋ ଘର ପାଖରେ ଥିବା ଗେଟ୍ ପାଖରେ ଥିବାର ଚିତ୍ର ସିସି କ୍ୟାମେରା ରେକର୍ଡ ହୋଇଥିବା ଭଳି ଲାଗୁଥିବାବେଳେ ପୁଲିସ ଖବର ପାଇ ୫ କିଲୋମିଟର ଦୂରରେ ଥିବା ରାସ୍ତାକୁ ଅତିକ୍ରମ କରିବାକୁ ପାଖାପାଖି ଦେଢ଼ ଘଣ୍ଟା ସମୟ ନେବା, ସେଦିନ ସଙ୍ଗେ ସଙ୍ଗେ ଏତଲା ଦେଲା ପରେ ମଧ୍ୟ ତା ପର ଦିନ ରେଜଷ୍ଟ୍ରେସନ ହେବା, ଗୋଟିଏ କେବଳ ସିସି କ୍ୟାମେରା ନଷ୍ଟ ହୋଇଥିବାବେଳେ ସମସ୍ତ କ୍ୟାମେରା ଭାଙ୍ଗି ଯାଇଛି ବୋଲି ନିଜ ଇନ୍କ୍ୱାରୀ ରିପୋର୍ଟରେ ରେକର୍ଡ କରିବା, ଚାପ ପ୍ରୟୋଗ ପରେ ସିସି କ୍ୟାମେରାରେ ରେକର୍ଡ ହୋଇଥିବା ଫଟୋ ଓ ଭିଡିଓ ନେବା ପରେ ମଧ୍ୟ ଦୃର୍ବୁତ୍ତମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବା ଉପରେ ଏସପିଙ୍କୁ ଜଣାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଏସ୍ପି ସମସ୍ତ ପ୍ରକାର ଅଭିଯୋଗ ଶୁଣି ସମସ୍ତ ତଥ୍ୟକୁ ଲିପିବଦ୍ଧ କରିବା ସହିତ ଏହା ବିରୁଦ୍ଧରେ ଏକ ନିରପେକ୍ଷ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ପିସିସି ଉପସଭାପତି  ଇଂ ସସ୍ମିତା ବେହେରା ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି ।