କାର ଧକ୍କାରେ ବାଇକ ଚାଳକ ଆହତ : ମଦ୍ୟପ କାର ଚାଳକଙ୍କ ଥାନାରେ ହଙ୍ଗାମା
ବାରଙ୍ଗ : ବାରଙ୍ଗ ଥାନା ଅନ୍ତର୍ଗତ ନରଣପୁର ଗ୍ରାମ ନିକଟରେ କାର ଧକ୍କାରେ ଜଣେ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ବାଲିକୁଦାରୁ ତ୍ରିଶୂଳିଆ ଅଭିମୁଖେ ଓଡି ୦୨ବିୟୁ ୬୭୩୮ ନମ୍ୱର କାରଟି ଦୃତଗତିରେ ଆସୁଥିବାବେଳେ ବିପରୀତ ଦିଗରୁ ଆସୁଥିବା ଓଡି ୦୫ ଏୟୁ ୯୧୦୫ ନମ୍ୱର ବାଇକକୁ ନରଣପୁର ଗ୍ରାମ ନିକଟରେ ମୁହାଁ ମୁହିଁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବାଇକ ଚାଳକଙ୍କ ଗୋଡ଼ ଉପରେ କାର ଚଢ଼ି ଯାଇଥିବାରୁ ବାଇକ୍ ଚାଳକ ଅତି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ କାର ଚାଳକକୁ ଅଟକରଖି ବାରଙ୍ଗ ଥାନା କୁ ଖବର ଦେବା ସହିତ ଗୁରୁତର ଆହତ ବାଇକ୍ ଚାଳକକୁ ଚିକିସôା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ । ପରେ ବାରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୃଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିବା ସହିତ କାର ଚାଳକକୁ ଥାନାକୁ ନେଇଥିଲା । କାର ଚାଳକ ଅତ୍ୟଧିକ ମଦ୍ୟପାନ କରିଥିବାରୁ ଥାନା ଭିତରେ ହଂଗାମା କରିଥିଲା । ଦୃଘଟଣା ଘଟାଇବା ସହିତ ମଦ୍ୟପାନ କରି ଥାନା ଭିତରେ ଉତ୍ପାତ କରିଥିବାରୁ ପୁଲିସ ୨୨୬/୨୫କେସ ନମ୍ୱରରେ ଏକ ମାମଲା ରୁଜ୍ଜୁକରି ମକର୍ତ୍ତନଗର ଥାନା ଅନ୍ତର୍ଗତ ସିଡିଏ -୭ ନଂ ଅଂଚଳର ସପନ ଜାନା(୫୧) ନାମକ କାର ଚାଳକକୁ ବୁଧବାର କୋର୍ଟଚାଲାଣ କରିଛି ।