ବଢିଲା ହଂସିତା ଓ ଅନୀଲଙ୍କ ଅଡୁଆ

ବଢିଲା  ହଂସିତା ଓ ଅନୀଲଙ୍କ ଅଡୁଆ

 ଝାରପଡା ଜେଲରେ ହଂସିତା ଅନିଲକୁ ଜେରା। ଆୟକର ବିଭାଗର ପକ୍ଷରୁ ଜେରା କରାଯାଉଛି । ବେନାମୀ ସମ୍ପତ୍ତି ନେଇ ଆୟକର ବିଭାଗର ଜେରା କରୁଛି। ଆୟକର ବିଭାଗର ଦୁଇଟି ଟିମ୍ ଝାରପଡାରେ ପହଂଚି ଉଭୟଙ୍କୁ ଜେରା କରୁଛି । ପୂର୍ବରୁ ଆୟକର ବିଭାଗ ହଂସିତା ମାମଲାରେ ପାଖାପାଖି ୧୬ଟି ସ୍ଥାନରେ ରେଡ୍ କରିବା ସହ ଶହେ କୋଟିରୁ ଊର୍ଦ୍ଧ୍ବ ସମ୍ପତ୍ତି ଠାବ କରିଥିଲା ।  ଏହାରି ଭିତରେ କୋଟି ଟଙ୍କାର ବେନାମୀ ସମ୍ପତ୍ତିର ପ୍ରମାଣ ମଧ୍ୟ ଆୟକର ବିଭାଗକୁ ମିଳିଥିଲା ।  ଯେଉଁଥିରେ ୧୭ କୋଟି ଟଙ୍କା ଏକାଧିକ ବିଲଡରଙ୍କ ପାଖରେ ରହିଥିବା ମିଳିଛି ପ୍ରମାଣ । ଏହାରି ଭିତରେ ଏକାଧିକ ରାଜନେତାଙ୍କ ସମ୍ପୃକ୍ତି ମଧ୍ୟ ସାମ୍ନାକୁ ଆସିଛି ।  ସମସ୍ତ ତଥ୍ୟ ସହ ରାଜନେତାଙ୍କ ସମ୍ପର୍କରେ ଜାଣିବା ପାଇଁ ଜେଲ ଭିତରେ ଉଭୟଙ୍କୁ ଜେରା କରୁଛି  ଆୟକର ବିଭାଗ ।