ରାଜ୍ୟପାଳଙ୍କ ଦ୍ୱାରା ଅଖିମୁଠି ଅନୁକୂଳ 

 ଭୁବନେଶ୍ୱର :  ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୂଳ କରିଛନ୍ତି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି । ଆଜି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ କୃଷି ବିଜ୍ଞାନ କେନ୍ଦ୍ର (ଗଞ୍ଜାମ-୨), ଗୋଳନ୍ଥରା ଠାରେ ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ଅଖି ମୁଠି ଅନୁକୂଳ କରିଛନ୍ତି । ଏହାସହ ରାଜ୍ୟବାସୀ ତଥା ଚାଷୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି । ଏହି ଅବସରରେ ଜ୍ଞାନ, ନବସୃଜନ ଓ ତାଲିମ ମାଧ୍ୟମରେ କୃଷକମାନଙ୍କୁ ସଶକ୍ତ କରିବା ଦିଗରେ କୃଷି ବିଜ୍ଞାନ କେନ୍ଦ୍ର ଗୁରୁତ୍ୱପୂର୍ଣ ଭୂମିକା ନିଭାଇବାକୁ ଆହ୍ୱାନ ଜଣାଇଛନ୍ତି । ଉପସ୍ଥିତ କୃଷକମାନଙ୍କ ସହ ରାଜ୍ୟପାଳ ଆଲୋଚନା କରି ସେମାନଙ୍କର ଅନୁଭବ ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ସମେତ ଜିଲ୍ଲା ପ୍ରଶାସନ ଅଧିକାରୀ ଉପସ୍ଥିତ ଥିଲେ ।