ଏନ୍‌ଏସ୍‌ଏସ୍‌ର ସ୍ୱତନ୍ତ୍ର ଶିବିର

ବଡ଼ସାହି : ସ୍ଥାନୀୟ ବଡ଼ସାହି ପଞ୍ଚାୟତ ସମିତି ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସାତ ଦିନିଆ ସ୍ୱତନ୍ତ୍ର ଶିବିର ଅଧ୍ୟକ୍ଷ ରଞ୍ଜନ କୁମାର ଦାସଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ସେ ଅଧ୍ୟକ୍ଷତା କରିବା ସହ ସ୍ୱଚ୍ଛାସେବୀଙ୍କୁ ସ୍ୱଚ୍ଛତା ସର୍ବଦା କେମିତି ବଜାୟ ରହିବ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଅଧ୍ୟାପକ ଫକୀର ଚରଣ ସାହୁ, ଡ.ଜୀବନ କୁମାର ପଣ୍ଡିତ, ଅଧ୍ୟାପିକା ସନ୍ଧ୍ୟାରାଣୀ ଦାସ ପ୍ରମୁଖ ଯୋଗ ଦେଇ ସ୍ୱଚ୍ଛାସେବୀଙ୍କୁ ନିଷ୍ଠାପର ଭାବେ ସେବା କରିବା ପାଇଁ ଉପଦେଶ ଦେଇଥିଲେ । କାର୍ଯ୍ୟକ୍ରମ ଅଧିକାରୀ ଡ.ରିତୁ ଲତା ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିଲେ । ପୁରାତନ ଛାତ୍ର ତଥା ଜାତୀୟ ସେବା ଯୋଜନାର ସ୍ୱଚ୍ଛାସେବୀ ଉପସ୍ଥିତ ରହି ଜାତୀୟ ସ୍ତରରେ ଶିବିରରେ ଯୋଗଦାନ କରି କଲେଜର ଗୌରବ ଶୀର୍ଷରେ ପହଞ୍ଚାଇବା ବିଷୟରେ କହିଥିଲେ । ଶିବିରକୁ ଅଧ୍ୟାପକ ଶ୍ରବଣ ମହାପାତ୍ର, ଡ.ଅନ୍ତର୍ଯ୍ୟାମୀ ବେରିଆ, ପାର୍ଥ ସାରଥୀ ବିଶ୍ୱାଳ, ଗୁଲୁ ସରେନ, ବିମଳ କାରୁଆଁ, ଅଧ୍ୟାପିକା ଦିବ୍ୟାନୀ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ ଶ୍ରବଣ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।