ୱାଚ୍ ଟାୱାରରୁ ଡେଇଁବାକୁ କନଷ୍ଟେବଳଙ୍କ ଉଦ୍ୟମ
ମାଲକାନଗିରି: ଥାନାର ୪ ମହଲା କୋଠାରୁ ତଳକୁ ଡ଼େଇଁବାକୁ ଉଦ୍ୟମ କରୁଥିବା କନଷ୍ଟେବଳକୁ ଉଦ୍ଧାର କରି ଜୀବନ ବଞ୍ଚାଇଛନ୍ତି ଅଗ୍ନିଶମ ବିଭାଗ କର୍ମ·ରୀ । ମାଲକାନଗିରି ଜିଲ୍ଲା ମୋଟୁ ଥାନାର ୪ ମହଲା ଉପରେ ଥିବା ପୁଲିସ ୱାଚ୍ ଟୱାର ଉପରୁ ଜଣେ କନଷ୍ଟେବଳ ତଳକୁ ଡେଇଁ ପଡିବାକୁ ଉଦ୍ୟମ କରୁଛନ୍ତି । ତାହାକୁ ନେଇ କାଲିମାଳା ଅଗ୍ନିଶମ କାର୍ଯ୍ୟଳୟକୁ ଫୋନ ଆସିଥିଲା । ଫୋନ ପାଇ କାଲିମେଳା ଅଗ୍ନିଶମ ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ପରିଡାଙ୍କ ନେତୃତ୍ୱରେ ଅଗ୍ନିକ ରାଜେନ୍ଦ୍ର ପ୍ରସାଦ ସାହୁ, କମଳ ଲୋଚନ ମାଝୀ, ତନମୟ ନାୟକ ପ୍ରମୁଖ ଅଗ୍ନିଶମ କର୍ମ·ରି ମୋଟୁ ଠାରେ ପହଁଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ । ସିଢ଼ି ଦ୍ୱାରା ବହୁ କଷ୍ଟରେ ୪ମହଲା ଉପରକୁ ଚଢ଼ି କୌଶଳକ୍ରମେ ଉପରୁ ତଳକୁ ଡେଇଁ ପଡିବାକୁ ଧମକାଉଥିବା କନଷ୍ଟେବଳ ଏନ ପୂଜାରୀଙ୍କୁ କାବୁ କରିନେଇ ଉଦ୍ଧାର କରିଥିଲେ ଅଗ୍ନିଶମ କର୍ମଚାରୀ । କୋଣସି କାରଣରୁ କନଷ୍ଟେବଲ ଜଣକ ଗତ କାଲି ନିଜର ମାନସିକ ଭାରସ୍ୟାମ ହରାଇ ଥାନାର ୪ ମହଲା ଛତା ଉପରକୁ ଚଢି ଯାଇ ସିଡ଼ି ଘର କବାଟଟିକୁ ବନ୍ଦ କରିଦେଇଥିଲେ । ଏହା ଜାଣିବା ପରେ ଥାନା ଅଧିକାରୀ ଓ ପୁଲିସ କର୍ମ·ରୀ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଠା କରି ବିଫଳ ହେବା ପରେ କାଲିମେଳା ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ । ଅଗ୍ନିଶମ ବିଭାଗ କର୍ମ·ରୀ ଘଟଣା ସ୍ଥଳରେ ପହଁଞ୍ଚି ଦୁଇ ଘଣ୍ଟା ପରିଶ୍ରମ କରିବା ପରେ କନଷ୍ଟେବଳଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଅଗ୍ନିଶମ ବିଭାଗ କର୍ମ·ରୀଙ୍କ ପାଇଁ କନଷ୍ଟେବଳଙ୍କ ଜୀବନ ସୁରକ୍ଷିତ ହୋଇଥିବାରୁ ମୋଟୁ ଥାନା ପକ୍ଷରୁ ଉଦ୍ଧାର କାରି ଦମକଳବାହିନୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।