ମହାକାଳପଡ଼ାରେ ଅତନୁଙ୍କୁ ଝଟକା

Odisha Politics

ମହାକାଳପଡ଼ାରେ ଅତନୁଙ୍କୁ ଝଟକା

ୱାକଭର୍ ଦେଲା ବିଜେଡ଼ି,ନିର୍ଦ୍ଵନ୍ଦରେ ବ୍ଲକ ହାତେଇଲା ବିଜେପି 

ସ୍ୱତନ୍ତ୍ର ପ୍ରତିନିଧି ଉତ୍କଳ କେଶରୀ ପାହାଡସିଂ 

???? ଗଡରୋମିତ ସମିତି ସଭ୍ୟା ମିରାରାଣୀ ମହାନ୍ତି ହେଲେ ବ୍ଲକ ଅଧ୍ୟକ୍ଷା 


ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା ପଦ ନେଇ ଦୀର୍ଘ ଛ ମାସ ହେବ ଲାଗି ରହିଥିବା ରାଜନୈତିକ ଲଢ଼ାଇରେ ଶେଷରେ ପଡ଼ିଛି ଯବନିକା।ପୂର୍ବାନୁମାନ ଅନୁଯାୟୀ ବିଜେପି ସମର୍ଥିତ ଗଡରୋମିତ ପଞ୍ଚାୟତ ସମିତି ସଭ୍ୟା ଶ୍ରୀମତୀ ମିରାରାଣୀ ମହାନ୍ତି ମହାକାଳପଡ଼ା ବ୍ଳକର ନୂତନ ଅଧ୍ୟକ୍ଷା ଭାବେ ନିର୍ଦ୍ଵନ୍ଦରେ ହୋଇଛନ୍ତି ନବ ନିର୍ବାଚିତ।

ସୂଚନା ଯୋଗ୍ୟ ମହାକାଳପଡ଼ା ବିଧାୟକ ଭାବେ ବିଜେପି ପ୍ରାର୍ଥୀ ଡ଼.ଦୁର୍ଗା ପ୍ରସନ୍ନ ନାୟକ ନିର୍ବାଚିତ ହେବାପରେ ପୂର୍ବରୁ ଥିବା ବିଜେଡ଼ି ସମର୍ଥିତ ମହାକାଳପଡ଼ା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷାଙ୍କ ଆସନ ହୋଇଥିଲା ଟଳମଳ। ଗତ ପଞ୍ଚାୟତ ନିର୍ବାଚନରେ ବ୍ଲକ ର ସମୁଦାୟ ୩୧ ଗୋଟି ପଞ୍ଚାୟତ ସମିତି ସଭ୍ୟ/ସଭ୍ୟଙ୍କ ମଧ୍ୟରୁ ବିଜେଡି ୨୪ଟି ହାତେଇ ନେଇଥିବା ବେଳେ ବିଜେପି ଭାଗରେ ପଡ଼ିଥିଲା ମାତ୍ର ସାତ ଗୋଟି।ସେହି କ୍ରମରେ ସେତେବେଳେ ନିରଙ୍କୁଶ ଭାବେ ବିଜେଡ଼ି ହାତକୁ ଚାଲି ଯାଇଥିଲା ମହାକାଳପଡ଼ା ବ୍ଲକ୍ ଅଧ୍ୟକ୍ଷା ପଦ।କିନ୍ତୁ ,ଗଲା ବିଧାନସଭା ନିର୍ବାଚନରେ ପୂର୍ବତନ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ପରାଜିତ  ହେବାପରେ ବିଜେଡ଼ି ସମର୍ଥିତ ବ୍ଲକ ଅଧ୍ୟକ୍ଷା ପଡ଼ିଯାଇଥିଲି ସମସ୍ୟାରେ।ବ୍ଲକର ସଂଖ୍ୟାଧିକ ଜନ ପ୍ରତିନିଧି ମାନେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷାଙ୍କ ବିରୋଧର ଏକାଠି ହୋଇ ବ୍ଲକ ଉନ୍ନୟନ ମୂଳକ କାର୍ଯ୍ୟରେ ସହଯୋଗ କରୁନଥିବାର ଅଭିଯୋଗ ଆଣି ,ଜିଲ୍ଲା ପ୍ରଶାସନ ନିକଟରେ ଆଣିଥିଲେ ଅନାସ୍ଥା ପ୍ରସ୍ଥାବ।ପରବର୍ତ୍ତୀ ମୁହୂର୍ତ୍ତରେ ପଞ୍ଚାୟତ ସମିତି ଆଇନ୍ ଅନୁଯାୟୀ ଅନାସ୍ଥା ପ୍ରସ୍ଥାବ ପାରିତ ହେବାପରେ ପୂର୍ବତନ ବ୍ଲକ ଅଧକ୍ଷାକଙ୍କ ବିରୋଧରେ ପଡ଼ିଥିଲା ଅନାସ୍ଥା ଭୋଟ୍।ତେବେ ଏହାରି ଭିତରେ ବିଜେଡ଼ି ସମର୍ଥିତ ଥିବା ଏକାଧିକ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ନିଜ ଗୋଟି ଚାଳନା ମାଧ୍ୟମରେ ବିଧାୟକ ଡ଼.ଦୁର୍ଗା ପ୍ରସନ୍ନ ନାୟକ ନିଜ ଶିବିରକୁ ଆଣିବାକୁ ହୋଇଥିଲେ ସମର୍ଥ।ଫଳରେ ପଞ୍ଚାୟତ ନିର୍ବାଚନରେ ବିଜେଡି ଶିବିରରେ ସିଂହ ଭାଗ ନିର୍ବାଚିତ ଜନ ପ୍ରତିନିଧି ଥିବା ବେଳେ,ବିଧାନସଭା ନିର୍ବାଚନ ପରେପରେ ପାଶା ପଲଟି ଯାଇଥିଲା।ନଗଣ୍ୟ ସଂଖ୍ୟା ଦୃଷ୍ଟିରୁ ବିଜେଡ଼ି ସମର୍ଥିତ ପ୍ରାର୍ଥୀମାନେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷାଙ୍କ ବିରୋଧରେ ହେଉଥିବା ଅନାସ୍ଥା ଭୋଟ ପ୍ରକ୍ରିୟାରେ ଅନୁପସ୍ଥିତ ରହି ନିଜକୁ ରଖିଥିଲେ ସମ୍ପୁର୍ଣ୍ଣ ଦୂରେଇ।ତେବେ ଅନାସ୍ଥା ଭୋଟରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା କଳ୍ପନା ରାଉତଙ୍କ ବିରୋଧରେ ୪୯ ଖଣ୍ଡ ଭୋଟ ପଡ଼ିବାରୁ ତାଙ୍କୁ ପଦ ହରାଇବା ପାଇଁ ପଡ଼ିଥିଲା।ବ୍ଲକ ଅଧ୍ୟକ୍ଷା ପଦ ଖାଲି ପଡ଼ିବାରୁ ନିୟମ ଅନୁଯାୟୀ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ମହାକାଳପଡ଼ା ବ୍ଲକର ନିର୍ବାଚିତ ସମସ୍ତ ସମିତି ସଭ୍ୟ/ସଭ୍ୟା ମାନଙ୍କୁ ଜଣାଇ ଦିଆଯାଇଥିଲା ଯେ ବିଦ୍ଧି ଅନୁଯାୟୀ ନୂତନ ବ୍ଲକ ଅଧ୍ୟକ୍ଷା ପଦ ନିମନ୍ତେ ବ୍ଲକ ସଭା ଗୃହରେ ଜୁନ୍ ୨୪ତାରିଖରେ ଉପ ନିର୍ବାଚନ ହେବ।ତେବେ ଆଜି ନୂତନ ବ୍ଲକ ଅଧକ୍ଷା ପଦ ନିମନ୍ତେ ଭୋଟ ଗ୍ରହଣ ସ୍ଥାନରେ ବା ଉପ ନିର୍ବାଚନରେ ସମୁଦାୟ ୩୧ଜଣ ସମିତି ସଭ୍ୟ/ସଭ୍ୟା ମାନଙ୍କ ମଧ୍ୟରୁ ୨୫ ଜଣ ସମିତି ସଭ୍ୟ/ସଭ୍ୟା ଉପସ୍ଥିତ ରହି ବିଜେପି ଦଳ ସମର୍ଥିତ ଏକମାତ୍ର ପ୍ରାର୍ଥୀ ଗଡ଼ରୋମିତ ପଞ୍ଚାୟତ ସମିତି ସଭ୍ୟା ମିରାରାଣୀ ମହାନ୍ତିଙ୍କ ସପକ୍ଷରେ ସମସ୍ତେ ମତଦାନ କରିଥିବା ବେଳେ, କୁହାଯାଉଥିବା ବିଜେଡି ସମର୍ଥିତ ଅନ୍ୟ ଛ ଜଣ ସମିତି ସଭ୍ୟ/ସଭ୍ୟା ଅନୁପସ୍ଥିତ ରହିଥିବା ଦେଖାଯାଇଥିଲା।ଫଳରେ ନିର୍ଦ୍ଵନ୍ଦରେ ଶ୍ରୀମତୀ ମିରାରାଣୀ ମହାନ୍ତି ମହାକାଳପଡ଼ା ବ୍ଲକ୍ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ ବୋଲି ଘୋଷଣା କରାଯାଇଥିଲା।
ତେବେ ଅନାସ୍ଥା ଭୋଟ ପଡ଼ିବା ଦିନ ଓ ବ୍ଲକ ଅଧ୍ୟକ୍ଷା ପଦ ନିମନ୍ତେ ଉପନିର୍ବାଚନ ଦିନ ଉଭୟ ଥର ବିଜେଡ଼ି ସମର୍ଥିତ ସଭ୍ୟ/ସଭ୍ୟା ମାନେ ଅନୁପସ୍ଥିତ ରହିବା କାରଣରୁ ଜିଲ୍ଲା ରାଜନୈତିକ ମହଲରେ ଆଲୋଚନା ହେଉଛି ମୈଦାନ କୁ ନଆସି ବିଜେଡ଼ି ଦେଲା ୱାକଭର୍,ବିଜେପି ହାତ ମୁଠାକୁ ଗଲା ମହାକାଳପଡ଼ା ବ୍ଲକ।