ବର୍ଷା ପ୍ରିୟଦର୍ଶିନୀ ମନ୍ତ୍ରୀ ହୁଅନ୍ତୁ': ଅନୁଭବ

ବର୍ଷା-ଅନୁଭବ ବିବାଦ ଯେବେ ବି, ଛିଡିବି ଛିଡିବ ବୋଲି ହେଉଛି, ସେତିକି ବେଳେ, ପୁଣି ଚର୍ଚ୍ଚା ଚାଲିଆସୁଛି ଏହି ଚର୍ଚ୍ଚିତ ଯୋଡିଙ୍କ ଖବର । ପ୍ରଥମେ ପୋଡକାଷ୍ଟ, ଆଉ ଏବେ ବୁକ୍ ରିଲିଜ୍ ବେଳେ, ପୁଣି ବର୍ଷାଙ୍କ ନା ନନେଇ, ତେରେଛା ତୀର ମାରିଛନ୍ତି ପୂର୍ବ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ଥରେ ବି, ବର୍ଷାଙ୍କ ନାଁ ପାଟିରେ ନଧରିଲେ ବି, ସିଧା ସିଧା କହିଛନ୍ତି, ତାଙ୍କର ଯଦି କେଉଁଠି ସମ୍ପର୍କ ଅଛି, ତେବେ ସେ ବାହା ହେଇଯାଆନ୍ତୁ । ଯେ ଯେମିତି କର୍ମ କରେ, ସେ ସେମିତି ଫଳ ପାଏ । ତାଙ୍କ ବିରୋଧରେ ମୁଁ କିଛି ବି କହିବାକୁ ଚାହୁଁନାହିଁ ବୋଲି କହିଛନ୍ତି ଅନୁଭବ ମହାନ୍ତି । ଶନିବାର ରିଲିଜ୍ ହେଇଛି, ଅନୁଭବଙ୍କ ଜୀବନ ଉପରେ ଲେଖାହେଇଥିବା ବହି, ବ୍ଲକବଷ୍ଟରରୁ ବାଲାଟ୍ ବକ୍ସ । ଯାହାକୁ ଲେଖିଛନ୍ତି ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲା । ଶନିବାର ଏହି ବହିର ଓଡିଆ ଭର୍ସନ ଉନ୍ମୋଚନ ହେବା ଅବସରରେ, ଅନୁଭବ ପୁଣି ତାଙ୍କ ପୁରୁଣା ଦିନର କଥାକୁ ଦୋହରେଇବା ସହ, ବର୍ଷାଙ୍କ ନାଁ ନନେଇ ଟାର୍ଗେଟ୍ କରିଛନ୍ତି ।
୨୪ ନିର୍ବାଚନ ପୂର୍ବରୁ ବିଜେଡି ଛାଡିଥିବା ଅନୁଭବ, ବର୍ଷାଙ୍କ ବିଜେଡି ଏଣ୍ଟ୍ରି ନେଇ ତୀର ମାରିଛନ୍ତି । କହିଛନ୍ତି, ଯେଉଁ ଦଳରେ ମୁଁ ଅଣନିଶ୍ୱାସୀ ହେଇ, ଦଳ ଛାଡିଲି, ସେ ସେହି ଦଳକୁ ଗଲେ । ଭଗବାନ କରନ୍ତୁ, ସେ ରାଜନୀତିରେ ଉପରକୁ ଯାଆନ୍ତୁ । ମୁଁ ତ ସାଂସଦ ଥିଲି, ସେ ମନ୍ତ୍ରୀ ହୁଅନ୍ତୁ । ଏଥିସହ ଯଦି, ତାଙ୍କର କେଉଁଠି ସମ୍ପର୍କ ଅଛି, ତେବେ ସେ ବାହହେଇଯାଆନ୍ତୁ ବୋଲି କହିଛନ୍ତି ଅନୁଭବ । ଅନ୍ୟପଟେ ପୋଡକାଷ୍ଟରେ ଅନୁଭବ ଆଉ ଜାଗୃତିଙ୍କ ଇଣ୍ଟରଭ୍ୟୁ ଦେଖିବା ପରେ, ଏବେ ଚର୍ଚ୍ଚା ହେଉଛି ଯେ, ଏହି ଯୋଡି କୁଆଡେ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେଇପାରନ୍ତି । ଆଉ ଏହି ଅବସରରେ କନକ ନ୍ୟୁଜର ସାମ୍ବାଦିକା ଅନୁଭବଙ୍କୁ ପ୍ରଶ୍ନ କରିଥିଲେ ଯେ, କଣ ସତରେ ଜାଗୃତି ଓଡିଆ ଘରର ବୋହୂ ହେବେ । ଯାହାର ଉତ୍ତର ଦେଇଥିଲେ ଅନୁଭବ । ଆଗକୁ ସମୟ ଆସିଲେ, ଆପଣମାନେ ଜାଣିବେ ବୋଲି ଉତ୍ତର ଦେଇଥିଲେ ଏହି ଓଲିଉଡ୍ ସୁପରଷ୍ଟାର । ତେବେ ବ୍ଲକବ୍ଲଷ୍ଟରରୁ ବାଲାଟ୍ ବକ୍ସ ନାମକ ଏହି ବହିରେ ଅନୁଭବଙ୍କ ଜୀବନର ଅନେକ ଅକୁହା କଥା ରହିଛି ବୋଲି କୁହାଯାଉଛି । ଯାହାକୁ ଲେଖିଛନ୍ତି ଜାଗୃତି ଶୁକ୍ଲା । ତେବେ ଏବେ ଏହି ବହିରେ ଅନୁଭବଙ୍କ ଫିଲ୍ମ କ୍ୟାରିୟର ସହିତ, ବିଜେଡି ସହ ବିବାଦ କଥା ମଧ୍ୟ ସ୍ଥାନ ପାଇଛି ।