ପୂର୍ବତଟ ରେଳପଥ ମାଲ ପରିବହନ ଓ ଯାତ୍ରୀ ଅଭିବୃଦ୍ଧିରେ ରେକର୍ଡ
ଭୁବନେଶ୍ୱର : ୭୯ତମ ସ୍ୱାଧୀନତା ଦିବସ ଅବସରରେ, ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ସମଗ୍ର ପୂର୍ବ ତଟ ରେଳପଥ ପରିବାରକୁ ହାର୍ଦ୍ଧିକ ଶୁଭେଚ୍ଛା ଜଣାଇଛନ୍ତି । ସେ କର୍ମଚାରୀମାନଙ୍କର ଅଟଳ ସମର୍ପଣ ଏବଂ ସାମୂହିକ ପ୍ରୟାସକୁ ପ୍ରଶଂସା କରିଛନ୍ତି, ଯାହା ବର୍ଷ ପରେ ବର୍ଷ ଭାରତୀୟ ରେଳପଥରେ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଏହି ଜୋନକୁ ନିରନ୍ତର ସ୍ଥାନ ଦେଇଆସୁଛି । ପୂର୍ବ ତଟ ରେଳପଥ ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ରେ ମାତ୍ର ୧୩୪ ଦିନରେ ୧୦୦ ନିୟୁତ ଟନ୍ (ଏମଟି) ମାଲ ପରିବହନ ହାସଲ କରିବାରେ ଦେଶର ପ୍ରଥମ ରେଳ ଜୋନ ହୋଇ ଇତିହାସ ସୃଷ୍ଟି କରିଛି - ଯାହା ୨୦୨୪ -୨୫ ରେ ସ୍ଥାପନ ହୋଇଥିବା ୧୪୮ ଦିନର ପୂର୍ବ ରେକର୍ଡ ତୁଳନାରେ ଏକ ଉଲ୍ଲେଖନୀୟ ଉନ୍ନତି । ୧୨ ଅଗଷ୍ଟ ୨୦୨୫ ରେ ହାସଲ ହୋଇଥିବା ଏହି ସଫଳତା, ଗତ ବର୍ଷ ତୁଳନାରେ ୧୪ ଦିନ ଆଗୁଆ ଏବଂ ସମାନ ଅବଧିରେ ୧୦.୭% ବୃଦ୍ଧିକୁ ପ୍ରତିଫଳିତ କରେ । ବିଭାଗର ପ୍ରମୁଖ ସଫଳତା ଏବଂ ପଦକ୍ଷେପ ମଧ୍ୟରେ ରହିଛି ଯାତ୍ରୀ ସେବା, ଭିତ୍ତିଭୂମି ବିକାଶ, ରଥଯାତ୍ରା ୨୦୨୫, ସୁରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା, ମାଲ ପରିବହନ, ପ୍ରକଳ୍ପ ମାଇଲଖୁଣ୍ଟ, ପରିବେଶ ଏବଂ ଶକ୍ତି,ସୁରକ୍ଷ. ମାନବ ସମ୍ବଳ, କ୍ରୀଡା ଏବଂ କଲ୍ୟାଣ ପୂର୍ବ ତଟ ରେଳପଥର ଉକôର୍ଷତା ପ୍ରତି ପ୍ରତିବଦ୍ଧତାକୁ ପୁନଃ ଦୃଢ଼ କରି, ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ କହିଛନ୍ତି, "ଆଗରେ ଥିବା ଚ୍ୟାଲେଞ୍ଜଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ସମର୍ପଣ ଏବଂ ସାମୂହିକ ପ୍ରୟାସ ସହିତ, ଆମେ ଭାରତୀୟ ରେଳପଥ ପାଇଁ ନୂତନ ମାନଦଣ୍ଡ ସ୍ଥାପନ କରିବୁ ।"