ବିଜେଡ଼ି ଛାଡ଼ିଲେ ଅନୁଭବ

anubhab pattanaik khandapada

ବିଜେଡ଼ି ଛାଡ଼ିଲେ ଅନୁଭବ

ଭୁବନେଶ୍ୱର : ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି ଅନୁଭବ ପଟ୍ଟନାୟକ  । ଦଳୀୟ ଟିକେଟ ପାଇବା ପାଇଁ ସେ ଦୀର୍ଘଦିନ ଧରି ଚାତକ ଭଳି ଚାହିଁ ରହିଥିଲେ  । କିନ୍ତୁ ଆଜି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଖଣ୍ଡପଡ଼ା ଟିକେଟ ସାବିତ୍ରୀ ପ୍ରଧାନଙ୍କୁ ଦେଇଥିଲେ  । ଖଣ୍ଡପଡ଼ା ବ୍ଳକ ଅଧ୍ୟକ୍ଷଙ୍କ ପତ୍ନୀଙ୍କୁ ଟିକେଟ ଦେଇ ଦଳ ମହିଳା କାଡର଼୍ ଖେଳିଛି  । ତେବେ ଅନୁଭବଙ୍କୁ ଏହା ଝଟକା ଦେଇଛି  । ଯେଉଁଥିପାଇଁ ସେ ଆଜି ବିଜୁ ଜନତା ଦଳ ଛାଡ଼ିଛନ୍ତି  । 

ସୂଚନାଯୋଗ୍ୟଯେ, ସୌମ୍ୟରଞ୍ଜନ ବିଜେଡ଼ିରୁ ବହିଷ୍କାର ହେବା ପରେ ଅନୁଭବ ନିଶ୍ଚିତ ଟିକେଟ ପାଇବେ ବୋଲି ଆଶା ରଖିଥିଲେ  । ତେବେ ପ୍ରାର୍ଥୀ ଚୟନ ବିଳମ୍ବିତ ହେଉଥିବାରୁ ଅନୁଭବଙ୍କ ସ୍ଥିତି ଦୋହଲି ଯାଇଛି ବୋଲି ଚର୍ଚ୍ଚା ହେଉଥିଲା  । ଯାହା ଏବେ ସତ ବୋଲି ପ୍ରମାଣିତ ହୋଇଛି  । ୨୦୧୯ରେ ବି ବିଜେଡ଼ି ତାଙ୍କୁ ଟିକେଟ ନଦେଇ ସୌମ୍ୟଙ୍କୁ ପ୍ରାର୍ଥୀ କରିଥିଲା  । ସେତେବେଳେ ଦଳ ତାଙ୍କୁ ବୁଝାଶୁଝା କରି ବସାଇ ଦେଇଥିଲା  ।