ମିଳିବ ଏକ ମାସର ଦରମା, କାହାକୁ ଜାଣନ୍ତୁ

ମିଳିବ ଏକ ମାସର ଦରମା, କାହାକୁ ଜାଣନ୍ତୁ

ନୂଆଦିଲ୍ଲୀ: ସଂସଦରେ ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ ଯୁବ ବର୍ଗଙ୍କୁ ଫୋକସ୍‌ । ଚାକିରି କ୍ଷେତ୍ରରେ ନବ ନିଯୁକ୍ତଙ୍କ ପାଇଁ ବଜେଟରେ ବଡ ଘୋଷଣା । ଇପିଏଫଓରେ ସାମିଲ ହେଲେ ମିଳିବ ଏକ ମାସର ଦରମା । ୩ଟି କିସ୍ତିରେ ପ୍ରଦାନ କରାଯିବ ଏହି ଟଙ୍କା । ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ମାଧ୍ୟମରେ ଟଙ୍କା ପଠାଯିବ । ୧୫ ହଜାରରୁ ଏକ ଲକ୍ଷ ଟଙ୍କା ଦରମା ପାଉଥିବା ନବ ନିଯୁକ୍ତ ଏହି ସୁବିଧା ପାଇ ପାରିବେ । ଏହି ସ୍କିମରେ ଲାଭବାନ ହେବେ ୨ କୋଟି ୧୦ ଲକ୍ଷ ଯୁବକ । ପ୍ରଥମ ଥର ପାଇଁ ବଜେଟରେ ଏପରି ନିଷ୍ପତ୍ତି ନିଆୟାଇଛି । ନବ ନିଯୁକ୍ତଙ୍କ ଉପରେ ଫୋକସ କରାଯାଇଛି ।

ସେହିପରି ଇଣ୍ଟର୍ନସିପ୍ କଲେ ମାସକୁ ମିଳିବ ୫ ହଜାର: ବଜେଟରେ ଯୁବ ବର୍ଗଙ୍କୁ ଅଧିକ ଫୋକସ କରାଯାଇଛି । ବଡ କମ୍ପାନୀରେ ଇଣ୍ଟର୍ନସିପ୍ କଲେ ମାସକୁ ମିଳିବ ୫ ହଜାର ଟଙ୍କା । ଏକ କୋଟି ଯୁବକଙ୍କୁ ମିଳିବ ୫ ହଜାର । ୫୦୦ ବଡ କମ୍ପାନୀରେ ଇଣ୍ଟର୍ନସିପ କଲେ ଏହି ସୁବିଧା ପାଇ ପାରିବେ ଯୁବ ବର୍ଗ ।