ପଦ୍ମ ଧରିଲେ ଅନୁଭବ

ପଦ୍ମ ଧରିଲେ ଅନୁଭବ

 ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଇଥିବା ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଆଜି ବିଧିବଦ୍ଧ ଭାବେ ବିଜେପିରେ ମିଶିଛନ୍ତି । ନୂଆଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ସେ ବିଜେପିରେ ଯୋଗ ଦେଇଛନ୍ତି । ଅନୁଭବ ପ୍ରଥମେ ବିଜେଡିରୁ ରାଜ୍ୟସଭାକୁ ଯାଇଥିଲେ । ୨୦୧୯ ମସିହାରେ ସେ କେନ୍ଦ୍ରାପଡ଼ାରୁ ସାଂସଦ ଭାବେ ନିର୍ବାଚିତ ହୋଇ ସଂସଦକୁ ଯାଇଥିଲେ । ଅଭିନେତା ଅରିନ୍ଦମ ରାୟ, ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକଙ୍କ ପରେ ଆଜି ବିଜେପିରେ ମିଶିଛନ୍ତି ଅନୁଭବ ମହାନ୍ତି । ବିଜେପି ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଛି ।  ଦୁଇ ଦିନ ତଳେ ଅନୁଭବ ବିଜେଡିରୁ ଇସ୍ତଫା ଦେଇଥିଲେ ।