ଟେନସନରେ ଅରିନ୍ଦମ

ଭୁବନେଶ୍ୱର : ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସବୁବେଳେ ‘ଆଇ ଲଭ ୟୁ, ଆଇ ଲଭ ୟୁ’ କହୁଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଶେଷରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ପୂର୍ବରୁ ଓଲିଉଡ଼ ଷ୍ଟାର ସିଦ୍ଧାନ୍ତ ମହାପାତ୍ର, ଅରିନ୍ଦମ ରାୟ, ଆକାଶ ଦାସ ନାୟକ ପଦ୍ମ ପୋଖରୀରେ ବୁଡ଼ ମାରିଥିବାବେଳେ ଏବେ ଅନୁଭବ ମଧ୍ୟ ସେହି ଧାରାରେ ସାମିଲ ହୋଇଛନ୍ତି । ଅନୁଭବଙ୍କ ଭଳି ଜଣେ ଷ୍ଟାର ପ୍ରଚାରକଙ୍କୁ ପାଇ ବିଜେପି ଶିବିର ଉତ୍ସାହିତ ହୋଇ ଯାଇଥିବାବେଳେ ଏବେ ଦୁଇ ତାରକା ଅରିନ୍ଦମ ରାୟ ଓ ଶ୍ରୀତମ ଦାସ ଟେନସନରେ ପଡ଼ିଯାଇଛନ୍ତି ।
ବିଜେଡ଼ିରେ ଥିବାବେଳେ ଅରିନ୍ଦମ ପ୍ରଥମେ କୋରେଇ ଆସନରୁ ବିଜେଡ଼ି ଟିକେଟ ପାଇଁ ଲବି କରୁଥିଲେ ।