"ଅରବିନ୍ଦ ଜଣେ ସିଂହ, ତାଙ୍କୁ ବେଶିଦିନ ବନ୍ଦୀ ରଖିପାରିବେନି'
ନୂଆଦିଲ୍ଲୀ : ଅରବିନ୍ଦ କେଜ୍ରିୱାଲଙ୍କୁ ସିଂହ ବୋଲି ସମ୍ବୋଧିତ କରିଛନ୍ତି ପତ୍ନୀ ସୁନୀତା କେଜ୍ରିୱାଲ ଏବଂ ତାଙ୍କୁ ବେଶି ଦିନ ବନ୍ଦୀ କରି ରଖାଯାଇ ପାରିବନି ବୋଲି କହିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ଆଜି କରାଯାଉଥିବା ରାଲିରେ ଏପରି କହିଛନ୍ତି ସୁନୀତା । ଆଜି କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ଇଣ୍ଡିଆ ମେଣ୍ଟ ପକ୍ଷରୁ "ଲୋକତନ୍ତ୍ର ବଞ୍ଚାଅ' ରାଲି କରାଯାଇଛି । ଏହି ରାଲିରେ ଯୋଗ ଦେଇ ସୁନୀତା କହିଛନ୍ତି, ଅରବିନ୍ଦ କେଜ୍ରିୱାଲ ଜଣେ ସିଂହ, ତାଙ୍କୁ ବେଶି ଦିନ ବନ୍ଦୀ କରି ରଖି ପାରିବେନି । ରାଲିକୁ ସମ୍ବୋଧିତ କରିବା ସମୟରେ କେଜ୍ରିୱାଲ ଜେଲରୁ ଦେଇଥିବା ମେସେଜ୍ ପଢିବା ପୂର୍ବରୁ ସୁନୀତା କହିଥିଲେ, ଏହି ମେସେଜ୍ ପଢିବା ପୂର୍ବରୁ ମୁଁ ଆପଣଙ୍କୁ କିଛି ପ·ରିବାକୁ ·ହେଁ । ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋ ସ୍ୱାମୀଙ୍କୁ ଜେଲରେ ରଖିଛନ୍ତି । ପ୍ରଧାନମନ୍ତ୍ରୀ ଠିକ୍ କାର୍ଯ୍ୟ କରିଛନ୍ତି କି? କେଜ୍ରିୱାଲ ଜଣେ ପ୍ରକୃତ ଦେଶପ୍ରେମୀ ଏବଂ ସଚ୍ଚୋଟ ବ୍ୟକ୍ତି ବୋଲି ବିଶ୍ୱାସ କରନ୍ତି ନା? ବିଜେପି ଲୋକମାନେ କହୁଛନ୍ତି କେଜ୍ରିୱାଲ ଜେଲରେ ଅଛନ୍ତି, ସେ ଇସ୍ତଫା ଦିଅନ୍ତୁ । ସେ ଇସ୍ତଫା ଦେବା ଉଚିତ କି? ଅପେଣଙ୍କ କେଜ୍ରିୱାଲ ସିଂହ, ସେମାନେ ତାଙ୍କୁ ଅଧିକ ଦିନ ଜେଲରେ ରଖି ପାରିବେ ନାହିଁ ।
କେଜ୍ରିୱାଲ ପଠାଇଥିବା ବାର୍ତ୍ତାକୁ ଉଲ୍ଲେଖ କରି ସୁନୀତା କହିଛନ୍ତି, ମୁଁ ଆଜି ଭୋଟ୍ ମାଗୁନାହିଁ । ନିର୍ବାଚନରେ କାହାକୁ ପରାସ୍ତ କରିବାରେ ସାହାଯ୍ୟ କରିବାକୁ କହୁନାହିଁ । ଏକ ନୂତନ ଭାରତ ଗଠନ ପାଇଁ ୧୪୦ କୋଟି ଭାରତୀୟଙ୍କୁ ଆହ୍ୱାନ କରୁଛି । ହଜାର ହଜାର ବର୍ଷ ପୁରୁଣା ସଭ୍ୟତା ସହିତ ଭାରତ ଏକ ମହାନ ରାଷ୍ଟ୍ର । ମୁଁ ଭାବୁଛି ଭାରତ ମାତା ଜେଲ୍ ଭିତରେ ଯନ୍ତ୍ରଣା ଭୋଗୁଛନ୍ତି ।