ରାଗରେ ବିଧାନସଭା ଗୃହ ଛାଡ଼ି ପଳାଇଲେ ରାଜ୍ୟପାଳ

ରାଗରେ ତମତମ ହୋଇ ବିଧାନସଭାକୁ ସମ୍ବୋଧିତ କରିବାକୁ ମନା କଲେ ରାଜ୍ୟପାଳ। ଏପରିକି ଗୃହ ଛାଡ଼ି ମଧ୍ୟ ପଳାଇଲେ। ତାମିଲନାଡୁ ବିଧାନସଭାରେ ଦେଖିବାକୁ ମିଳିଛି ଏଭଳି କିଛି ହାଇ ଭୋଲଟେଜ ଡ୍ରାମା। ବିଧାନସଭା ଅଧିବେଶନରେ ଜାତୀୟ ସଙ୍ଗୀତକୁ ଅପମାନିତ କରାଯାଇଥିବା ଦେଖି ତାମିଲନାଡୁର ରାଜ୍ୟପାଳ ଆର୍‌ଏନ୍‌ ରବି ରାଗି ଯାଇଛନ୍ତି। ସେ ରାଗରେ ବିଧାନସଭା ଅଧିବେଶନକୁ ସମ୍ବୋଧନ ନ କରି ଗୃହ ଛାଡ଼ି ପଳାଇଛନ୍ତି। ତାମିଲନାଡୁ ବିଧାନସଭାର ୨୦୨୫ ବର୍ଷର ପ୍ରଥମ ବିଧାନସଭା ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ନିୟମ ଅନୁଯାୟୀ, ରାଜ୍ୟପାଳ ଆର.ଏନ ରବିଙ୍କ ସମ୍ବୋଧିତ ସହିତ ବିଧାନସଭା ଅଧିବେଶନ ଆରମ୍ଭ ହେବାର ଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିଧାନସଭା ଅଧିବେଶନ ଆରମ୍ଭରେ ତାମିଲନାଡୁ ସରକାରଙ୍କ ରାଜ୍ୟ ସଙ୍ଗୀତ ‘ତାମିଲ ଥାଇ ଭାଜାଥୁ’ ଗାନ କରାଯାଇଥିଲା।