ଅରବିନ୍ଦ କେଜ୍ରିଓ୍ବାଲ: ଭୋଟର ତାଲିକାରୁ ନାଁ କଟାଯିବା ଗଣତନ୍ତ୍ରକୁ ବିପଦ
ନୂଆଦିଲ୍ଲୀ :ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାରୁ ବହୁସଂଖ୍ୟାରେ ଭୋଟରଙ୍କ ନାଁ କାଟିଦିଆଯାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଶୁକ୍ରବାର ଅଭିଯୋଗ କରିଛନ୍ତି। ଆମ ଆଦ୍ମୀ ପାର୍ଟି ଆବାହକ କେଜ୍ରିଓ୍ବାଲ କହିଛନ୍ତି, ଶହଦର ଅଞ୍ଚଳରୁ ୧୧,୦୧୮ ଜଣଙ୍କ ନାଁ ଭୋଟର ତାଲିକାରୁ ବାଦ୍ ଦେବା ପାଇଁ ଭାଜପା ଆବେଦନ କରିଥିଲା। ତେବେ ଆମେ ଆବେଦନପତ୍ରର ୫୦୦ ନାମକୁ ଯାଞ୍ଚ କରିବା ପରେ ସେଥିରୁ ୭୫ ପ୍ରତିଶତ ଲୋକ ଏବେବି ଜୀବିତ ଥିବା ଜଣାପଡ଼ିଥିଲା। ଜୀବିତ ଲୋକଙ୍କ ନାମକୁ ଭୋଟର ତାଲିକାରୁ କାଟି ଦିଆଯାଇଥିବା କେଜ୍ରିଓ୍ବାଲ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ୨୦୨୦ରେ ଶହଦର ଆସନରୁ ଆପ୍ ନେତା ରାମନିବାସ ଗୋଏଲ ୫,୦୦୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ନାଁ କଟାଯାଇଥିବା ଅଧିକାଂଶ ଭୋଟର ଆମ୍ ଆଦ୍ମୀ ପାର୍ଟିର। ଯଦି ଗୋଟିଏ ନିର୍ବାଚନ ମଣ୍ଡଳୀରୁ ୬ ପ୍ରତିଶତ ଭୋଟ୍ କାଟିଦିଆଯାଏ, ତେବେ ନିର୍ବାଚନ କରାଇବାର ମାନେ କ’ଣ ବୋଲି କେଜ୍ରିଓ୍ବାଲ ପ୍ରଶ୍ନ କରିଛନ୍ତି।