୬୨ଲିଟର ଦେଶୀ ମଦ ଜବତ; ଜଣେ ଗିରଫ 

ାା ପ୍ରଭାନୁ୍ୟଜ ।ା କଟକ: କଟକ ରେଳବାଇ ପୋଲିସ ଦ୍ୱାରା ଟ୍ରେନରୁ ୬୨ଲିଟର ଦେଶୀ ମଦ ଜବତ କରାଯିବା ସହିତ ଜଣକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରପଶି ଥାନା ଅନ୍ତର୍ଗତ ସିରା ସାହିର ବିଶ୍ୱନାଥ ସୋରେନ (୨୦) । 
ରେଳବାଇ ପୋଲିସ ସୂତ୍ରରୁ ପ୍ରକାଶ, ରବିବାର କଟକ ଆରପିଏଫ ଅଧିକାରୀ ଓ ଷ୍ଟାପ ମାନେ ରେଳରେ ଜ୍ୱଳନକାରୀ ପଦାର୍ଥ ନେଉଥିବା ଆଶଙ୍କାରେ ଖାନତଲାସ କରୁଥିବାବେଳେ ବାଙ୍ଗିରିପଶି ପୁରୀ ଏକ୍ସପ୍ରେସରୁ କଟକ ପ୍ଲାଟଫର୍ମ ନମ୍ବର ୩ ରେ ୪ଟି ବ୍ୟାଗ ସିଟ ତଳେ ଥିବା ଦେଖିବାକୁ ପାଇଥିଲେ । ଏହାପରେ ରେଳବାଇ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯିବା ସହ ମେଟାଲ ଡିକ୍ଟେରରେ ବ୍ୟାଗଗୁଡ଼ିକର ତଲାସି ନିଆଯାଇଥିଲା । ଏହାପରେ ରେଲୱେ ପୋଲିସ ଦଳ ବ୍ୟାଗ ଗୁଡ଼ିକୁ ଖୋଲିଥିଲେ ଏବଂ ତା ଭିତରୁ ୩୧ବୋତଲ ଦେଶୀମଦ ମିଳିଥିଲା । ଟ୍ରେନରେ ଯାତ୍ରା କରୁଥିବା କୌଣସି ବ୍ୟକ୍ତି ଉକ୍ତ ବ୍ୟାଗଗୁଡ଼ିକ ସେମାନଙ୍କର ବୋଲି ଦାବି କରି ନଥିଲେ । ରେଳବାଇ ପୋଲିସ ବିଭିନ୍ନ ସୂତ୍ରକୁ ଆଧାର କରି ସନେ୍ଦହରେ ପ୍ଲାଟଫର୍ମରେ ବୁଲୁଥିବା ଜଣେ ବ୍ୟକ୍ତିଙ୍କୁ ଧରିଥିଲେ । ପଚରାଉଚୁରା ପରେ ଉକ୍ତ ବ୍ୟକ୍ତି ଅଭିଯୁକ୍ତ ବିଶ୍ୱନାଥ ଏହି ଦେଶୀମଦ ନେଉଥିବାର ସ୍ୱୀକାର କରିଥିଲା । ଏହି ଘଟଣାରେ ରେଲୱେ ପୋଲିସ ଓଡ଼ିଶା ଅବକାରୀ ଆକ୍ଟ ୨୦୨୪ ଅନୁସାରେ ୧୦୩/୨୦୦୦ ଏକ କେସ ରୁଜୁ କର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।