ସୁକିନ୍ଦାରେ ଫଳକ ଭଙ୍ଗା ରାଜନୀତି; ଶୁଭ ଉପରେ ପଡ଼ୁଛି ଶୁଭ

।ା ପ୍ରଭାନୁ୍ୟଜ ।ା କୁହିକା: ନିର୍ବାଚନ ପରେ ସୁକିନ୍ଦା ରାଜନୀତି ବେଶ ଉଷ୍ଣ ହେବାରେ ଲାଗୁଛି । ନିର୍ବାଚନ ପରେ ବିଜେପି କର୍ମୀ ବିଜେଡି କର୍ମୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରାଯାଇଥିବା ନେଇ ବିଭିନ୍ନ ସମୟରେ ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣା ପରେ ବିଜେପି କର୍ମୀ ବିଜେଡିର ପୂର୍ବତନ ମନ୍ତ୍ରୀ ଇଂପ୍ରୀତିରଞ୍ଜନ ଘଡାଇଙ୍କ ଦ୍ୱାରା ଶିଳାନ୍ୟାସ ଓ ଉଦ୍ଘାଟନ ସମୟରେ ଲଗାଯାଇଥିବା ଫଳକକୁ ଭାଙ୍ଗିଥିବା ନେଇ ବିଜେଡି ଅଭିଯୋଗ କରିଛି । ନିକଟରେ ସୁକିନ୍ଦା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଏକ ଫଳକରେ ଲେଖା ଯାଇଥିବା ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ନାଁକୁ ଲିଭାଇ ଦେବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ କେବଳ ବିଜେଡି କର୍ମୀ ନୁହଁନ୍ତି ସାଧାରଣରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଏବେ ପିମ୍ପୁଡିଆ ପଞ୍ଚାୟତରେ ପୂର୍ବତନ ମନ୍ତ୍ରୀ ଓ ସାଂସଦଙ୍କ ନାମ ଥିବା ଫଳକକୁ କେହି ଭାଙ୍ଗି ଫୋପାଡ଼ି ଦେଇଥିବା ଦେଖିବାକୁ ମିଳିଛି । ପୂର୍ବରୁ ମଧ୍ୟ ଏହି ପଞ୍ଚାୟତରେ ଫଳକ ଭଙ୍ଗା ଯାଇଥିଲା । ଏବେ ସେହି ଘଟଣାର ପୁନରାବୃତି ଘଟିବା ଫଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସୂଚନା ମୁତାବକ ପିମ୍ପୁଡିଆ ପଞ୍ଚାୟତର ଜିପିଏଲ୍ଏଫ୍ ପ୍ରଶିକ୍ଷଣ ଶିବିର ଗୃହର ଦୁଇଦୁଇ ଥରଭିତିପ୍ରସ୍ତର ସ୍ଥାପନ କରାଯାଇଛି । ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ ଗ୍ରାମ୍ୟ ଉ୍ନୟନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଓ ସାଂସଦ ଶର୍ମିଷ୍ଠା ସେଠୀଙ୍କ ଦ୍ୱାରା ଶୁଭ ପଡ଼ିଥିଲା । କିନ୍ତୁ କୌଣସି କାରଣ ବଶତଃ କାର୍ଯ୍ୟ ହୋଇପାରିନଥିଲା । ଯାହାକି ପରବର୍ତୀ ମୁହୂର୍ତରେ ସୁକିନ୍ଦାର ଏବର ବିଧାୟକ ିତଥା ମନ୍ତ୍ରୀ ପ୍ରଦୀପ କୁମାର ବଳ ସାମନ୍ତ ଓ ସରପଞ୍ଚଙ୍କ ଦ୍ୱାରା ଚଳିତମାସ ପ୍ରଥମ ସପ୍ତାହରେ ଆଉଥରେ ଭିତିପ୍ରସ୍ଥର କରାଯାଇଥିଲା । ଯାହା ସାଧାରଣରେ ଆଲୋଚ୍ୟର ବିଷୟହୋଇଛି । ଏଭଳି କରି ବିଜେପି ହୀନ ରାଜନୀତି କରୁଥିବା ସାଧାରଣରେ ଆଲୋଚନା ହେଉଛି ।