କାର୍‌ ମାଡ଼ି ୪ ବର୍ଷର ଶିଶୁ ମୃତ: ୪ ବର୍ଷର ଶିଶୁ ଉପରେ

କାର୍‌ ତଳେ ୪ ବର୍ଷର ଏକ ଶିଶୁକୁ ଚାପି ଦେଲା ନାବାଳକ ଡ୍ରାଇଭର। ଫଳରେ ଘଟଣାସ୍ଥଳରେ ହିଁ ତା'ର ମୃତ୍ୟୁ ହୋଇଛି। ମୁମ୍ବାଇର ଓ୍ୱାଡାଲା ଅଞ୍ଚଳରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦ୍ରୁତ ଗତିରେ ଆସିଥିବା ଏକ ଏସ୍‌ୟୁଭି କାର୍‌ ଧକ୍କାରେ ଜଣେ ୪ ବର୍ଷୀୟ ଶିଶୁର ଜୀବନ ଚାଲି ଯାଇଛି। ମୁମ୍ବାଇ ଓ୍ୱାଡାଲା ଅଞ୍ଚଳର ଆମ୍ବେଦକର କଲେଜ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ମାମଲାରେ ପୁଲିସ ୧୯ ବର୍ଷୀୟ ନାବାଳକ କାର୍‌ ଡ୍ରାଇଭରକୁ ଗିରଫ କରିଛି। 

ପୁଲିସ ସୂଚନା ମୁତବାକ, ମୃତ ଶିଶୁଟିର ନାଁ ହେଲା ଆୟୁଷ ଲକ୍ଷ୍ମଣ କିନବାଡେ। ଆଜି ସକାଳୁ ଆୟୁଷ ଖେଳୁଥିବା ବେଳେ ଏକ କ୍ରେଟା କାର୍‌ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇ ତା'ଉପରେ ଚଢ଼ି ଯାଇଥିଲା। ଫଳରେ ତା'ର ମୃତ୍ୟୁ ହୋଇଛି। ସେପଟେ ଗିରଫ ୧୯ ବର୍ଷୀୟ ଡ୍ରାଇଭର ସନ୍ଦିପ ଗୋଲ ବିଲେ ପାର୍ଲେ ଅଞ୍ଚଳରେ ରହୁନ୍ତି। ପୁଲିସ ଭୂଷଣ ସନ୍ଦୀପ ଗୋଲେଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ପୀଡିତଙ୍କ ପୂରା ପରିବାର ଫୁଟପାଥରେ ରୁହନ୍ତି ଏବଂ ତାଙ୍କ ବାପା ଜଣେ ଶ୍ରମିକ ବୋଲି ପୁଲିସ କହିଛି।