ଏମଜିଏମ୍ ଟି-୨୦ ଚାମ୍ପିଅନସିପ୍-୨୦୨୫
କଟକ: ବହୁ ପ୍ରତୀକ୍ଷିତ ଏମଜିଏମ୍ ଟି୨୦ ଚାମ୍ପିଅନସିପ୍ ୨୦୨୫ ଆରମ୍ଭ ହୋଇଛି । ଫେବୃଆରୀ ୮ରୁ ଓଡ଼ିଶାର କଟକ ଅନ୍ତର୍ଗତ କପୁରସିଂଠାରେ ଅବସ୍ଥିତ ହାଇ ପରଫରମାନ୍ସ କ୍ରିକେଟ ଏକାଡେମୀ ‘ଏମଜିଏମ୍ ସ୍କୁଲ ଅଫ ସ୍ପୋର୍ଟସ୍’ରେ ରବି ଶାସ୍ତ୍ରୀ ଏବଂ ତାଙ୍କର ପୂର୍ବତନ ଟିମ୍ ଇଣ୍ଡିଆ କୋଚ୍ ସଦସ୍ୟଗଣ ଭରତ ଅରୁଣ ଓ ଶ୍ରୀ ଆର ଶ୍ରୀଧରଙ୍କ ଦ୍ୱାରା ସ୍ଥାପିତ କ୍ରିକେଟରେ ଉକ୍ରର୍ଷ ଆଣିବାରେ ଏକ ପ୍ରିମିୟର ପ୍ରତିଷ୍ଠାନ ‘କୋଚିଂ ବିୟଣ୍ଡ’ ସହଯୋଗୀତାରେ ଆରମ୍ଭ ହେବାକୁ ଯାଉଛି । ଏହି ପ୍ରିମିୟର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । କ୍ରିକେଟ ଭଳି ଏକ ଉଲ୍ଲେଖନୀୟ କ୍ରୀଡାରେ ପ୍ରତିଭା ଅନୁସନ୍ଧାନ ତଥା ଏହି ଅଞ୍ଚଳରେ ଏକ ମଜଭୁତ କ୍ରୀଡା ସମୁଦାୟକୁ ପୃଷ୍ଠପୋଷକତା କରିବା ଲକ୍ଷ୍ୟ ରଖିଛି । ରବି ଶାସ୍ତ୍ରୀ ଏବଂ ଶ୍ରୀ ଭରତ ଅରୁଣ ଏହି ୪-ଦିନିଆ ଟି୨୦ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଛନ୍ତି । ଯେଉଁଥିରେ ଏମଜିଏମ୍ ସ୍କୁଲ ଅଫ ସ୍ପୋର୍ଟସ୍ର ବଛା ବଛା ଖେଳାଳିଙ୍କ ବ୍ୟତୀତ ଚେନ୍ନାଇ, ହାଇଦରାବାଦ ଏବଂ ଭଦୋଦରାସ୍ଥିତ କୋଚିଂ ବିୟଣ୍ଡ କ୍ରିକେଟ ଏକ୍ସଲେନ୍ସ ସେଣ୍ଟରର କ୍ରିକେଟ ଟିମ୍ ଅଂଶଗ୍ରହଣ କରିଛନ୍ତି । ଏହି ଚାରି-ଦିନିଆ ଟୁର୍ଣ୍ଣାମେଣ୍ଟରେ ସେମାନଙ୍କ ନିଜସ୍ୱ କ୍ରିକେଟ ପରାକାଷ୍ଠା ପ୍ରଦର୍ଶନ କରିବେ । ଟିମ୍ ଇଣ୍ଡିଆର ବିଶିଷ୍ଟ କ୍ରିକେଟର ଏବଂ ପ୍ରାକ୍ତନ ଆନ୍ତର୍ଜାତିକ ବୋଲର ଭେଙ୍କଟପତି ରାଜୁ ଏବଂ ଓଡ଼ିଶାର ସୁପରିଚିତ ଆନ୍ତର୍ଜାତିକ କ୍ରିକେଟର ଦେବାଶିଷ ମହାନ୍ତି ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ନିଜର ପ୍ରଶଂସା ବ୍ୟକ୍ତ କରି ରବି ଶାସ୍ତ୍ରୀ କହିଛନ୍ତି, ଏମଜିଏମ୍ ସ୍କୁଲ ଅଫ ସ୍ପୋର୍ଟସ୍ରେ ଯୁବ କ୍ରିକେଟରଙ୍କ ଅଭିବୃଦ୍ଧି ଏବଂ ସେମାନଙ୍କ ଉନ୍ନତି ନିମନ୍ତେ ବିଶ୍ୱ ମାନର ଭିତ୍ତିଭୂମି ଓ ଆବାସିକ ସୁବିଧା ରହିଛି । ଏମ୍ଜିଏମ୍ ଟି୨୦ ଚାମ୍ପିଅନସିପ୍ ୨୦୨୫ ଖେଳାଳିମାନଙ୍କ ପାଇଁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ତଥା ସେମାନଙ୍କ ସ୍ୱପ୍ନ ସାକାର ନିମନ୍ତେ ପ୍ରୟାସ କରିବାକୁ ଏକ ମହାନ ସୁଯୋଗ ଆଣିଛି । ଏମଜିଏମ୍ ଟି୨୦ ଚାମ୍ପିଅନସିପ୍ ପ୍ରତିଭା ଚିହ୍ନଟ, ସ୍ଥାନୀୟ ଖେଳାଳିଙ୍କୁ ଏକ ପ୍ରତିଯୋଗିତାମୂଳକ ପରିବେଶରେ ସେମାନଙ୍କ କୋ÷ଶଳ ପ୍ରଦର୍ଶନ କରିବାକୁ ଏକ ସୁଯୋଗ ଯୋଗାଇଦେବାର ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ ଉଭା ହୋଇଛି ।