ମଦ ଜବତ, ୭ ଗିରଫ

 ଆସିକା: ଜିଲ୍ଲା ଅବକାରି ଅଧିକ୍ଷକଙ୍କ ର୍ନିେଶ କ୍ରମେ ବ୍ରହ୍ମପୁର ଅବକାରୀ ସବଇନ୍ସପେକ୍ଟର ସୁଶାନ୍ତ କୁମାର ମାହାକୁଡ଼ଓ କେସିଏସ ରେଡ୍ଡୀ ନେତୃତ୍ୱରେ ଏକ ଟିମ ଆସିକା ପାକଲାପଲ୍ଲୀ  ବସା, କାଳଷଣ୍ଢପୁରବସା, ଦାମୋଦର ପଲ୍ଲୀ, ଜଗନ୍ନାଥ ପଲ୍ଲୀ ବସା, ଠେଙ୍ଗାପଲ୍ଲୀ ବସା, ଗଣ୍ଡପଲ୍ଲୀ ବସାରୁ ୧୮୦ ଲିଟର ଦେଶୀ ମଦ ସହିତ ୭ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାରେ ଆସିକା ପାକଲାପଲ୍ଲୀ ବସାରୁ ଜି ଜୟମ୍ମା, କାଳଷଣ୍ଢପୁର ବସାରୁ ଏମ ସଂଙ୍ଗୀତ, ଦାମୋଦର ପଲ୍ଲୀ ବସାରୁ ଡି ଶରତ କୁମାର, ଜଗନ୍ନାଥ ପଲ୍ଲୀ ବସାରୁ, ଏ. ପ୍ରସାଦ ଠେଙ୍ଗାପଲ୍ଲୀ ବସାରୁ ଏନ କ୍ରିଷ୍ଣାମଣି, ଗଣ୍ଡପଲ୍ଲୀ ବସା ରୁ ଏ ଜ୍ୟୋତି, ଡି ଦେବରାଜକୁ ଗିରଫ କରି ଦେଶୀ ମଦ ଜବତ କରିବା ସହ ସେମାନଙ୍କ ନାମରେ ଅବକାରୀ ଥାନା ମାମଲାରେ ରୁଜୁ କରି କୋର୍ଟ ଚାଲାଣ କରିଥିବା ଅବକାରୀ ବିଭାଗ ସୂଚନା ଦେଇଛନ୍ତି  ।