ଶମ୍ଭୁ ସୀମାରେ ଚାଷୀଙ୍କ ଆନେ୍ଦାଳନ ବିଷ ପିଇ ଆଉଜଣଙ୍କ ଆତ୍ମହତ୍ୟା
ଚଣ୍ଡୀଗଡ଼: ପଞ୍ଜାବ-ହରିୟାଣା ସୀମାନ୍ତ ଶମ୍ଭୁ ସୀମାରେ ଆନେ୍ଦାଳନ କରୁଥିବା ଜଣେ ୫୫ ବର୍ଷୀୟ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଆନେ୍ଦାଳନସ୍ଥଳରେ ସେ ବିଷ ପିଇ ଦେବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ପଟିଆଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିସôାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଛି । ମୃତ ଚାଷୀ ଜଣକ ହେଉଛନ୍ତି ରେଶମ ସିଂ । ତେବେ ୩ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏପରି ଘଟଣା ଘଟିଥିବା ବେଳେ ଏମ୍ଏସ୍ପି ଦର ନେଇ ଶମ୍ଭୁ ସୀମାନ୍ତରେ ଚାଷୀମାନେ ଦୀର୍ଘ ଦିନ ହେଲା ଆନେ୍ଦାଳନ ଜାରି ରଖିଛନ୍ତି । ଦୀର୍ଘଦିନ ଧରି ଆନେ୍ଦାଳନ ଜାରି ରହିଥିଲେ ସୁଦ୍ଧା ସରକାରଙ୍କ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆଯାଉ ନ ଥିବାରୁ ଏଥିରେ ଅତିଷ୍ଠ ହୋଇ ରେଶମ ଆଜି ବିଷ ପିଇ ଦେଇଥିଲେ । ଏମଏସ୍ପିର ଆଇନଗତ ମାନ୍ୟତା ଦାବିରେ ଚାଷୀଙ୍କ ଆନେ୍ଦାଳନ ଏବେ ଦେଶର ସମସ୍ତ ଚାଷୀ ମହଲରେ ଆତଙ୍କିତ କରିଛି । ସେହିପରି ଏହାପୂର୍ବରୁ ଡିସେମ୍ବର ୧୮ରେ ରଣଯୋଧ ସିଂହ ନାମକ ଜଣେ ଚାଷୀ ଶମ୍ଭୁ ସୀମାରେ ଆତ୍ମହତ୍ୟା କରିଥିଲେ । ଅପରପକ୍ଷେ ଚାଷୀ ନେତା ଜଗଜିତ ସିଂହ ଡଲେୱାଲ୍ ନଭେମ୍ବର ୨୬ରୁ ଆମରଣ ଅନଶନ ଜାରି ରଖିଛନ୍ତି । ସୁପ୍ରିମକୋର୍ଟ ଡଲେୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରତି କଡ଼ା ନଜର ରଖିବାକୁ ପଞ୍ଜାବସରକାରଙ୍କୁ ନିଦେ୍ର୍ଦଶ ଦେଇଥିଲେ ସୁଦ୍ଧା ଅନଶନ କରୁଥିବା ଡଲେୱାଲ ସ୍ୱାସ୍ଥ୍ୟସେବା ଗ୍ରହଣ କରିବାକୁ ମନା କରିଛନ୍ତି । ଯେ ପର୍ଯ୍ୟନ୍ତ ଦାବି ପୂରଣ ନହୋଇ ସେ ଅନଶନ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି ।