ଆନନ୍ଦ ଓ ଉଲ୍ଲାସର ସହ ରଜ ପର୍ବ ପାଳିତ
ଆସିକା ପତଞ୍ଜଳି ଯୋଗ ସମିତି ଓ ଏଥେଲେଟିକ ଆସୋସେସନ ଟାଉନ ହଲ ଆସ୍କା ପକ୍ଷରୁ ତିନିଦିନ ଧରି ଚାଲିଥିବା ରଜ ମହୋସôବ ସ୍ଥାନୀୟ ଟାଉନହଲ ପଡିଆରେ ଧୁମଧାମରେ ଉଦଯାପିତ ହୋଇଯାଇଛି । ଶେଷ ଦିବସରେ ବରିଷ୍ଠ କାର୍ଯ୍ୟକର୍ତା ସୁରେଶ ବିଷୋୟୀ ଓ ତାଙ୍କ ସହ ଧର୍ମିଣୀ ପ୍ରତିମା ବିଷୋୟୀଙ୍କୁ ସଂମାନ୍ନୀତ କରାଯାଇଥିଲା । ପ୍ରଥମଥର ପାଇଁ ଆୟୋଜିତ ହେଉଥିବା ରଜ କାର୍ଯ୍ୟକ୍ରମକୁ ବରିଷ୍ଠ ବିଜେଡି ନେତା ଦିଲ୍ଲୀପ ପାଣିଗ୍ରାହୀଙ୍କ ସଂଯୋଜନା କରିଥିଲେ । ଏହି ରଜ ମହୋସôବକୁ ବରିଷ୍ଠ ବର୍ଷିଆନ ଅବସର ପ୍ରାପ୍ତ ଶିକ୍ଷକ ଗଣେଶ ରଥ ଉଦଘାଟନ କରିଥିଲେ । ଆସିକା ଅଞ୍ଚଳର ହଜାର ହଜାର ପରିବାର ଯୋଗଦେଇଥିଲେ ।
ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ କ୍ରୀଡା ବିତଏମ ତାରିଣୀ ସେନାପତି, ବିଜେଡି ନଗର ମହିଳା ସଭାନେତ୍ରୀ ଏମ ରଶ୍ମିତା ସେନାପତି, ସୁରେଶ ବିଷୋୟୀ ପ୍ରତିମା ବିଷୋୟୀ, ବାବୁଲା ଗୌଡ଼, ଜୟନ୍ତୀ ଗୌଡ଼, ବାଲା ରେଡି, ବିଜୟ ନାହାକ, ଏ ବାବୁ ଆଚାରୀ,ନାରସୁ ମହାନ୍ତି, ଅନୁଜ ପାଣିଗ୍ରାହୀ, ଗୁଣ୍ଡିଚା ମହାରଣା, ଆଇନଜୀବୀ ସନ୍ତୋଷ ପାଣିଗ୍ରାହୀ, ସମେତ ବହୁ ଆଗ୍ରହୀ ଯୁବ, ଛାତ୍ର, ମହିଳା ଯୋଗ ଦେଇ ମଜ୍ଜା ନେଇଥିଲେ ।