ମହୁଲି ମଦ ଜବତ, ୩ ଗିରଫ

  ନୀଳଗିରି: ନୀଳଗିରି ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢାଉ କରି ୫୬୦ ଲିଟର ମହୁଲି ମଦ ଜବତ କରିବା ସହ ୨ ହଜାର ଲିଟର  ପୋଚକୁ ନଷ୍ଟ କରିଛନ୍ତି । ଏଥିସହିତ ଏଥିରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଖବରରୁ ପ୍ରକାଶ ଯେ, ଔପଦା ଥାନା ଅନ୍ତର୍ଗତ ବଡ଼ଖୁଣ୍ଟା ଗ୍ରାମର  କୈଳାସ ସିଂ, ନାଥ ସିଂ ଓ ହେମନ୍ତ ସିଂ ବହୁ ଦିନ ଧରି ଚୋରାରେ ମହୁଲି ମଦ ତିଆରି କରି ବେପାର କରି ଆସୁଥିଲେ । କୌଣସି ସୂତ୍ରରୁ ନୀଳଗିରି ଅବକାରୀ ଓଆଇସି ଜଗନ୍ନାଥ ବେହେରା ଖବର ପାଇ ସଦଳବଳେ ଚଢ଼ାଉ କରି ୩ ଜଣଙ୍କ ଠାରୁ ୫୬୦ ଲିଟର ମହୁଲୀ ମହ, ୨ ହଜାର ପୋଟ, ରନ୍ଧା ସାମଗ୍ରୀ ଜବତ କରିଥିଲେ । ଏଥିସହିତ ୩ଜଣଙ୍କୁ ଗିରଫ୍ କରି ତାଙ୍କ ନାମରେ ୨୬୪/୨୪-୨୫ ଏକ ମାମଲା ରୁଜୁ କରାଯାଇଛି । ଉକ୍ତ ଚଢାଉରେ ଏଏସ୍ଆଇ ଦୁର୍ଯେ୍ୟାଧନ ବେହେରା, ତପନ ମଲ୍ଲିକ, ନହନ ମାରାଣ୍ଡି ପ୍ରମୁଖ ସାମିଲ ଥିଲେ ।