ଦୁଇ ମାଓବାଦୀ ଗିରଫ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ମାଓ ସଂଗଠନରେ ସକ୍ରିୟ ଦୁଇ ମାଓବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷାକର୍ମୀ । ସୂଚନା ଅନୁଯାୟୀ, ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ଚିନ୍ତାଗୁଫା ଥାନା ଅଞ୍ଚଳ ପୁଲିସ, ଡିଆରଜି, ସିଆରପିଏଫ ପକ୍ଷରୁ ମିଳିତ ଭାବେ ତଲାସି କରିଥିଲେ । ଏହି ସମୟରେ ଜଙ୍ଗଲ ମଧ୍ୟରେ କିଛି ମାଓବାଦୀ ଲୁଚି ରହିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ତଳସୀ କରୁଥିବା ବେଳେ ଜଙ୍ଗଲ ମଧ୍ୟରେ ଲୁଚି ଥିବା ଦୁଇ ମାଓବାଦୀଙ୍କୁ କୌଶଳକ୍ରମେ ଗିରଫ କରିବାରେ ସଫଳ ହୋଇଥିଲେ । ଗିରଫ ଦୁଇ ମାଓବାଦୀ ହେଲେ ଜନତାନା ସରକାର ଅଧକ୍ଷ ସୋଡି ଦୁଲା(୩୫), ଏବଂ ଅନ୍ୟ ଜଣେ ଡିଏମକେ ସଦସ୍ୟ ମାଡ଼ବି ବୁଧରା(୩୬) । ଉଭୟ ମାଓବାଦୀ ୨୦୨୩ ମସିହାରେ ମିନପା ଠାରେ ଆଇଡି ବୋମା ବିସ୍ଫୋରଣ କରି ସୁରକ୍ଷାକର୍ମୀଙ୍କୁ କ୍ଷତି ପହଞ୍ଚାଇଥିବା ଘଟଣା ସମେତ ଅନେକ ହିଂସାକାଣ୍ଡରେ ଜଡିତ ଥିବା ସୁକମା ପୁଲିସ ଠାରୁ ସୂଚନା ମିଳିଛି ।