ପେଟ୍ରୋଲ ପମ୍ପରୁ ବାହାରୁଚି ପାଣି : ତଦନ୍ତ କଲେ ଯୋଗାଣ ଅଧିକାରୀ
ମାଲକାନଗିରି: ବିଭିନ୍ନ ସମୟରେ ଜିଲ୍ଲାରେ ଥିବା ବିଭିନ୍ନ ପେଟ୍ରୋଲ ପମ୍ପ ଗୁଡିକରୁ ଗାଡ଼ିରେ ପେଟ୍ରୋଲ ପକାଇବା ସମୟରେ ଉକ୍ତ ପେଟ୍ରୋଲ ଏବଂ ଡିଜେଲରୁ ପାଣି ବାହାରୁଥିବା ଅଭିଯୋଗ ହେଉଛି । ଆଜି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ଠାରେ ଓଁକାର ଫୁ୍ୟଏଲ ପମ୍ପରୁ ତେଲରୁ ପାଣି ବାହାରିଥିବାର ଗ୍ରାହକ ଏବଂ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିଲେ । ଗ୍ରାହକ କହିବା ଅନୁଯାୟୀ ଆଜି ସକାଳୁ ନିଜ ନିଜ ବାଇକରେ ଉକ୍ତ ପେଟ୍ରୋଲ ପମ୍ପରେ ତେଲ ପାକଇ ବିଭିନ୍ନ କାମରେ ଯିବା ପାଇଁ ବାହାରୁଥିବା ବେଳେ ଗାଡି ଗୁଡିକ ଉକ୍ତ ଟାଙ୍କି ଠାରୁ କିଛି ଦୂରକୁ ଯାଇ ଆପେ ଆପେ ବନ୍ଦ ହୋଇଯାଇଥିଲା । ପରେ ଗାଡିଗୁଡିକୁ ଗ୍ୟାରେଜରେ ଦେଖାଇବାପରେ ବାଇକ ଟାଙ୍କିରେଥିବା ପେଟ୍ରୋଲରେ ପାଣି ଥିବା ଜଣାପଡିଥିଲା । ପ୍ରାୟ ୧୦ରୁ ଉର୍ଦ୍ଧ ବାଇକରେ ସମାନ ସମସ୍ୟା ଦେଖା ଦେଇଥିଲା । ଏ ସମ୍ପର୍କରେ କୋରୁକୋଣ୍ଡା ଯୋଗାଣ ଅଧିକାରୀ ସଂଜୀବ କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏହି ଘଟଣାର ତଦନ୍ତ ଚାଲିଛି । ଭବିଷ୍ୟତରେ ଆଉ ଏପରି ଘଟଣା ଯେମିତି ନଘଟିବ ସେନେଇ ଟାଙ୍କି ମାଲିକଙ୍କୁ ତାଗିଦ କରାଯାଇଛି ବୋଲି କହିଛନ୍ତି ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
