ଯୁବତୀଙ୍କ ଶବ ଉଦ୍ଧାର, ଅଭିଯୁକ୍ତ ଗିରଫ

ମାଲକାନଗିରି : ମାଲକାନଗିରି  ଥାନା ରେଙ୍ଗାବନ୍ଧ ଜଙ୍ଗଲ ନିକଟରେ ସପ୍ତାହ ତଳେ ଜଣେ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାରେ ପୁଲିସ୍ ସୀମାନ୍ତ ପାଣ୍ଡୁମ ଗାଁ ଛତିଶଗଡ଼ ସିନ୍ଧିଗଡ଼ ଥାନା ୨୦ବର୍ଷୀୟ ଯୁବକ ଉମେଶ ନାଗକୁ ଗିରଫ କରିଛି । ମୃତ ଯୁବତୀ ଜଣକ ସିନ୍ଧିଗଡ଼ ଥାନା ଅଧୀନ ମର୍ତ୍ତୃଣ୍ଡା ଗାଁର ମଙ୍ଗଳ ଦେଇ (୨୫) ବୋଲି ପୁଲିସ୍ ଚିହ୍ନଟ କରିଛି । ମାଲକାନଗିରି ଏସ୍ପି ବିନୋଦ ପାଟିଲ, ଥାନା ଅଧିକାରୀ ରିଗାନ କିଣ୍ଡୋ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ, ଉମେଶ ସହ ଦୀର୍ଘ ବର୍ଷେ ହେଲା ସମ୍ପୃକ୍ତ ଯୁବତୀଙ୍କ ପ୍ରେମ ସମ୍ପର୍କ ରହିଆସିଥିଲା । ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହି ଆସିଥିବା ବେଳେ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ । ସେପଟେ ଗର୍ଭ ନଷ୍ଟ କରିବାକୁ ଉମେଶ ଯୁବତୀଙ୍କୁ ବାଧ୍ୟ କରିଥିବା ବେଳେ ଯୁବତୀ ଜଣକ ମାନି ନ ଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଉମେଶ ସମ୍ପୃକ୍ତ ଯୁବତୀଙ୍କୁ ପଥରରେ ଛେଚି ହତ୍ୟା କରିବା ସହ ଜଙ୍ଗଲରେ ଫିଙ୍ଗି ଦେଇଥିଲା ।