ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ କୋଚିଂ ସେଣ୍ଟରରେ ଯୌନ ନିର୍ଯାତନା, ଟ୍ୟୁଶନ ସାର୍ ଗିରଫ

ଅନୁଗୋଳ ଜିଲା ପାଲଲହଡ଼ା ସଦରମହକୁମାଠାରେ ଥିବା ଏକ ଘରୋଇ କୋଚିଂ ସେଣ୍ଟରରେ ପଢ଼ୁଥିବା ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଉକ୍ତ କୋଚିଂ ସେଣ୍ଟର ମାଲିକ ତଥା ଶିକ୍ଷକ ମୁକେଶ କୁମାର ବେହେରାଙ୍କୁ ପାଲଲହଡ଼ା ପୋଲିସ ଗୁରୁବାର ଗିରଫ କରିଛି। ପୋଲିସ କହିଛି, ସମ୍ପୃକ୍ତା ଛାତ୍ରୀଙ୍କ ସହ ଶିକ୍ଷକ ମୁକେଶ କୁମାରଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ଜଣାପଡ଼ିବା ପରେ ନାବାଳିକା ଛାତ୍ରୀଙ୍କ ମା’ ବୁଧବାର ସାରେ ତାଙ୍କ ଝିଅଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଶିକ୍ଷକ ମୁକେଶଙ୍କୁ ଗିରଫ କରିଛି।