ବିସ୍ଫୋରକ ସାମଗ୍ରୀ ଜବତ, ମାଓବାଦୀ ଗିରଫ

 ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ସୁକମା ଜିଲ୍ଲା ପୁଲିସ ଦ୍ୱାରା ମାଓ ଦମନ ଅଭିଯାନ ବେଳେ ଜଙ୍ଗଲ ମଧ୍ୟରେ ବୋମା ଲଗାଇବା ପାଇଁ ପ୍ରୟାସ କରୁଥିବା ଜଣେ ମାଓବାଦୀ ଗିରଫ ହେବା ସହ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ସୂଚନା ଅନୁଯାୟୀ, ଛତିଶଗଡର କୋଣ୍ଟା ପୁଲିସ ଏବଂ ମୁରଲିଗୁଡ଼ା କ୍ୟାମ୍ପରୁ ୨୨୮ବାଟାଲିୟନ ସିଆରପିଏଫ୍ ବାହିନୀର ଏକ ମିଳିତ ଦଳ ବେଲପୋଚ୍ଛା ଗ୍ରାମ ଅଭିମୁଖେ ସର୍ଚ୍ଚ ଅପରେସନ ପାଇଁ ବାହାରିଥିଲା । ଅପରେସନ ସମୟରେ ବେଲପୋଚ୍ଛା ଗ୍ରାମ ନିକଟ ଜଙ୍ଗଲରେ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ପୁଲିସ ଟିମ୍କୁ ଦେଖି ଦୌଡିବା ଆରମ୍ଭ କରିଥିଲା । ତୁରଣତପୋଲି ଉକ୍ତ ଯୁବକକୁ କାବୁ କରି ପଚରାଉଚରା ବେଳେ ସେ ଜଣେ ମାଓବାଦୀ ଓ ଜଙ୍ଗଲ ମଧ୍ୟରେ ପୁଲିସକୁ ଟାର୍ଗେଟ କରି ବୋମା ଖଞ୍ଜିବାକୁ ଆସିଥିବା ସ୍ୱୀକାର କରିଥିଲା । ପୁଲିସ ତାକୁ ଗିରଫ କରିଥିବାବେଳେ ମାଓବାଦୀର ନାମ ମୁଚାକି ଦେବା ବୋଲି ଜଣାପଡିଛି । ଗିରଫ ମାଓବାଦୀ ନିକଟରୁ ୪ଟି ଜିଲେଟିନ୍ ରଡ୍, ୪ଟି ବୈଦୁ୍ୟତିକ ଡେଟୋନେଟର, କର୍ଡେକ୍ସ ତାର ଏବଂ ନକ୍ସଲ ପୁସ୍ତିକା ଜବତ ପରେ ତାକୁ କୋର୍ଟ ଚାଲାଣ କରାଯାଇଛି ।