ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

 ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁରରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଜଣେ ମାଓବାଦୀ ନିହତ ସହ ବହୁ ଅସ୍ତ୍ରଶସ୍ତ୍ର ଜବତ । ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲାର ଗଙ୍ଗାଲୁର ଜଙ୍ଗଲରେ ମାଓ ଦମନ ନିମନ୍ତେ ଏସଟିଏଫ ଓ ଡିଆରଜି ଯବାନଙ୍କ ମିଳିତ ଦଳ ତଲାସି ଅଭିଯାନ କରୁଥିବା ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ଏହି ଗୁଳି ବିନିମୟରେ ଜଣେ ମାଓବାଦୀ ନିହତ ହୋଇଥିବା ବେଳେ ମୃତ ମାଓବାଦୀର ମର ଶରୀର ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି । ଏହା ସହ ଯବାନ ମାନେ ଅଞ୍ଚଳରୁ ବିପୁଳ ପରିମାଣର ଅସ୍ତ୍ର ଶସ୍ତ୍ର ଜବତ କରିଥିବା ମଧ୍ୟ ସୂଚନା ମିଳିଛି । ବର୍ତ୍ତମାନ ମଧ୍ୟ ଅଞ୍ଚଳରେ ତଲାସି ଅଭିଯାନ ଜାରି ରହିଥିବା ବେଳେ ଯବାନ ମାନେ ଫେରିବା ପରେ ସମ୍ପୂର୍ଣ ତଥ୍ୟ ମିଳି ପାରିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।