ନୂତନ ଏସଡିପିଓଙ୍କ ଯୋଗଦାନ

ବଲାଙ୍ଗିର:  ବଲାଙ୍ଗିର ସଦର ଉପଖଣ୍ଡରେ ନୂତନ ଏସଡିପିଓ ଭାବେ ସରୋଜ କୁମାର ଉପାଧ୍ୟାୟ ଯୋଗଦାନ କରିଛନ୍ତି । ପୂର୍ବରୁ ବାଲେଶ୍ୱର ଜିଲ୍ଲା ନୀଳଗିରି ଏସଡିପିଓ ଭାବରେ ସେ କାର୍ଯ୍ୟ କରୁଥିଲେ । ତେବେ ସେ ଏସଡିପିଓ ହେବା ଆଗରୁ ପ୍ରଥମେ ଖୋର୍ଦ୍ଧା ଓ ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ ଥାନରେ ସଫଳତା ସହିତ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରିଥିଲେ । ବଲାଙ୍ଗିର ଜିଲ୍ଲାରେ ପ୍ରଥମ କରି ଯୋଗ ଦେଇଥିଲେ ମଧ୍ୟ ବଲାଙ୍ଗିର ସଦର ଏସଡିିପିଓ ଭାବରେ ସଦର ଉପଖଣ୍ଡ ଅଧୀନରେ ଥିବା ଥାନା ଗୁଡିକ ଅଞ୍ଚଳରେ ଆଇନ ଶୃଙ୍ଖଳା ରକ୍ଷା କରିବା ଦିଗରେ ସେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରି ଜନ ସାଧାରଣଙ୍କ ସହଯୋଗ କାମନା କରିଛନ୍ତି ।